-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
19-Dec-2021
ଭୁବନେଶ୍ବର (ପ୍ରେରଣା ଖବର): ଆମେ ମାନେ ନିଜର ହୀନ ମାନସିକତା ଏବଂ ଅନ୍ଧବିଶ୍ୱାସ ପାଇଁ ନିଦୀ, ପୁଷ୍କରିଣୀ ଜଳ କୁ ପ୍ରଦୂଷଣ କରିବାରେ ବ୍ୟସ୍ତ ଯେଉଁଥି ପାଇଁ ଆଜି ବିଶ୍ୱରେ ମଧୁର ବା ପାନୀୟ ଜଳ ସଙ୍କଟ ଦେଖାଗଲାଣି lପ୍ରକୃତିର ଅପୂର୍ବ ସୃଷ୍ଟି କୁ ଆମେମାନେ ପ୍ରଦୂଷଣ କରି ସର୍ବନାଶ ଆଡେ ଅଗ୍ରସର ହେଉଛେ l
ଏବେ ବି ସମୟ ଅଛି ଏହାକୁ ସୁରକ୍ଷା କରିବା, ବୃକ୍ଷ ରୋପଣ କରିବା ଏବଂ ଜଳ ସଂରକ୍ଷଣ ପ୍ରତି ଯତ୍ନବାନ ହେବା l ନ ହେଲେ, ସେଦିନ ଆଉ ଡେରି ନାହିଁ ଯେ ସବୁଆଡେ କେବଳ ମରୁଭୂମି ହିଁ ମରୁଭୂମି ରେ ପରିଣତ ହୋଇଯିବ lପାଖରେ ଅପଯ୍ୟାପ୍ତ ଧନ ଥିବ ହେଲେ ଖାଇବା କି ପିଇବା କୁ ପାଣି ନଥିବ lସରକାର ଙ୍କୁ ବିନମ୍ର ଅନୁରୋଧ, ଜଳ ପ୍ରଦ୍ୟୁଷଣ, ଜଳ ସୁରକ୍ଷା, ଜଳ ସଂଚୟ ପ୍ରତି କଡା ନିୟମ କରିବା ସହିତ ଏହାକୁ ସଠିକ ଭାବରେ ପରିଚାଳନା କରିବାକୁ ଅନୁରୋଧ l
ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ର ଆବାହନରେ ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରେ ଆଜି ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନ ଏବଂ ସାମାଜିକ କର୍ମୀଙ୍କ ତରଫରୁ ମିଳିତ ଭାବରେ ଏକ ବୃହତ ସଚେତନତା ଏବଂ ସ୍ୱଚ୍ଛତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଯେଉଁଥିରେ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ, ମୋହିତ ଫାଉଣ୍ଡେସନ, ବିଶ୍ୱାସ ଫାଉଣ୍ଡେସନ, ୟୁଥ ଫର ଭଲ୍ୟୁଣ୍ଟିୟର, ହେଲ୍ପ ଇଣ୍ଡିଆ, ଭରଷା ଫାଉଣ୍ଡେସନ, ସବୁଜ ଭାରତ, ପଞ୍ଚସଖା, ଓଡିଶା ଏନଭରମେଣ୍ଟାଲ ସୋସାଇଟି ଏବଂ ଅନ୍ୱେଷଣ ଥିଏଟର ପ୍ରମୁଖ ସାମିଲ ହୋଇ ଏହାକୁ ସଫଳ କରଥିଲେ l