-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2021
ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ମହା ଲକ୍ଷ୍ମୀ ଙ୍କ ପୂଜା ଉପଲକ୍ଷେ କବୟିତ୍ରୀ ମାନିନୀ ମେହେର ଙ୍କ ସ୍ୱରଚିତ କବିତା ସଂକଳନ "କଢୋ" ଉନ୍ମୋଚିତ ହୋଇ ଯାଇଛି l କବୟିତ୍ରୀ ମେହେର ଙ୍କ
ଏହା ପ୍ରଥମ କବିତା ସଂକଳନ ଅଟେ lଏହି ପୁସ୍ତକ ରେ ୬୨ ଟି କବିତା ସ୍ଥାନିତ ଥିବା ଶ୍ରୀମତୀ ମାନିନୀ ମେହେର ପ୍ରକାଶ କରିଛନ୍ତି l ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କିଶୋର ସାହୁ,ହରିଲାଲ ସାହୁ,ରାମ ପ୍ରସାଦ ବାଗ,ଇଶ୍ବର ମେହେର,ଭରତ ନାଏକ,ସାବିତ୍ରୀ ମେହେର,ଦିଲ୍ଲୀପ ଦେବତା,ମୋହନ ସିଂ କହ୍ନେଇ,ତୁଳସୀରାମ ମେହେର,ତରଣୀ ଜେନା ପ୍ରମୁଖ କବି କବୟିତ୍ରୀ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ l କାର୍ଯ୍ୟକ୍ରମ ଶେଷ ରେ ମାନିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l