-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ସରକାରଙ୍କ ମାଳମାଳ ଯୋଜନା | ଉନ୍ନତି ପଥରେ ଅଗ୍ରସର ଓଡିଶା ବୋଲି ଡିଣ୍ଡିମ ପିଟୁଛନ୍ତି ଶାସକ ଦଳ | ଗ୍ରାମାଞ୍ଚଳ ରେ ଗରିବ ଚାଷୀ ଟିଏ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର | ପଶୁପାଳନ କ୍ଷେତ୍ର ରେ ଉନ୍ନତି ଆଣିବାପାଇଁ ଗୁହାଳ ଯୋଜନା କରାଯାଇଛି | କିନ୍ତୁ ହାତ ଗଣତି କିଛି ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧି ଙ୍କ ଲାଞ୍ଚଖୋର ମନବୃତି ପାଇଁ ସମାଲୋଚିତ ହେଉଛନ୍ତି ବିଭାଗୀୟ ମନ୍ତ୍ରୀ ଏବଂ ବିଜେଡି ସୁପ୍ରିମୋ | ଏହିଭଳି ଏକ ଘଟଣା ସାମନା କୁ ଆସିଛି ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଙ୍କ ଜିଲ୍ଲାରେ | ନୟାଗଡ଼ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର କୁମ୍ଭାରପଡ଼ା ଗ୍ରାମ ପଞ୍ଚାୟତ ଛ ନମ୍ବର ୱାର୍ଡ ର ଗଙ୍ଗାଧର ନାୟକ ଗୁହାଳ ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଇ ମଧ୍ୟ ଦୀର୍ଘ ଦେଢ଼ ବର୍ଷ ହେଲା ଗୁହାଳ ପାଇନଥିବା ଅଭିଯୋଗ କରିଛନ୍ତି | 5t ସରକାର କିଭଳି କାର୍ଯ୍ୟକାରୀ ହେଉଛି ତାର ଏହା ଏକ ଜ୍ୱଳନ୍ତ ଉଦାହରଣ ବୋଲି ବୁଦ୍ଧିଜୀବୀ ମହଲ ରେ ହେଉଛି ଚର୍ଚ୍ଚା | ଉଚ୍ଚ ପଦସ୍ଥ ଅଧିକାରୀ ଏହି ଘଟଣାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କୁମ୍ଭାରପଡ଼ା ଗ୍ରାମବାସୀ ଦାବୀ କରିଛନ୍ତି |