-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
19-Dec-2021
ପଦ୍ମପୁର: ଗତକାଲି ଦୂର୍ଗେଇ ପୂଜା କମିଟିର ସଭାପତି ମଧୁସୂଦନ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ହେବାକୁ ଥିବା ମାଁ ଦୂର୍ଗେଇ ଦେବୀର ଉତ୍ସବ ପାଇଁ ପାଇକମାଳ ବ୍ଳକ ଅନ୍ତର୍ଗତ ମିଠାପାଲି ପଞ୍ଚାୟତ ମନଭଙ୍ଗ ଗ୍ରାମରେ ଏକ ବୈଠକରେ ଯୁବନେତା ତଥା ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର କେନ୍ଦ୍ରୀୟ ଆବାହକ ଶ୍ରୀ ରବିନାରାୟଣ ସାହୁ ଯୋଗଦାନ କରି, ପୂଜାର ସମସ୍ତ ପ୍ରସ୍ତୁତି ଶେଷ ହେବାପରେ
କିପରି ଚଳିତ ବର୍ଷର ଯାତ୍ରା ଶାନ୍ତି ଶୃଙ୍ଖଳାରେ ହେବ ମାଁ ଦୁର୍ଗେଇ ଦେବୀର ସମସ୍ତ ଭକ୍ତ ମାନଙ୍କୁ ନିଜ ନିଜର ଦାୟିତ୍ୱ ଦିଆଗଲା।ସମସ୍ତ ଭକ୍ତ ଓ ସୁରକ୍ଷା ବାହିନୀର ଭାଇ ମାନଙ୍କୁ ଠିକ୍ ଭାବରେ ପୂଜା ସମ୍ପର୍ଣ୍ଣ କରି ସମସ୍ତ ଶ୍ରଦ୍ଧାଳୁଙ୍କ ସୁବିଧା କରିବା ପାଇଁ ଅନୁରୋଧ କରାଯାଉଛି।ତାଙ୍କ ତରଫରୁ ପାଞ୍ଚଟି volantary ପିଲା ଦେବା ପାଇଁ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏହି ଆଲୋଚନା ବେଳେ ସର୍ବଶ୍ରୀ:-ମୋହନ ଜଗତ,ପୂର୍ଣ୍ଣଚନ୍ଦ୍ର ପଟେଲ,ନିର୍ମଳ ପଟେଲ,ରଘୁ ପ୍ରଧାନ,ନବୀନ ମଲ୍ଲିକ ମୁଖ୍ୟ ଉପସ୍ଥିତ ଥିଲେ।