-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
ମୁରିବାହାଲ : ଆଜି ଯୁଗେଶର ଦାସ ଵାଵା ସୃତିଚାରଣ ନିମନ୍ତେ ବଲାଙ୍ଗୀର ଜିଲ୍ଲାର ମୁରିଵାହାଲ ଅଲେଖ ଧର୍ମ ମଠରେ ଵ୍ରହ୍ମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ଏହି ଅଖଣ୍ଡ ଵ୍ରହ୍ମ ଯଜ୍ଞରେ ମୁରିଵାହାଲ ଗ୍ରାମଵାସୀ ଓ ଆଖପାଖ ଅଞ୍ଚଳରେର ଗ୍ରାମଵାସୀ ଵୃନ୍ଦ ଓ ପଶ୍ଚିମାଞ୍ଚଳର ସାଧୁସନ୍ଥ ଵହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଵକଳ ଧାରି ଵାଵା ମାନେ ଭଗବାନ ଵାଵା,ଵ୍ରଜକିଶୋର ଵାଵା, କପିଳେନ୍ଦ୍ର ଵାଵା ,ଦିନଵନ୍ଧୁ ଵାଵା, କିଶୋର ଵାଵା, ଶୁଶିଳଵାଵା ଓଅନ୍ଚଳ ର ଵହୁ ସାଧୁବାବା ଓ ଅଲେଖ ଭକ୍ତ ଉପସ୍ଥିତ ରହି ଵ୍ରହ୍ମ ଧୁନି ଜଗତର କଲ୍ୟାଣ ନିମନ୍ତେ ଘ୍ରୁତାହୁତି ପ୍ରଜ୍ଜଳନ କରିଥିଲେ । ସାଧୁ ଯୁଗେଶର ଦାସ ଵାଵାଙ୍କ ସୃତିଚାରଣ ପାଇଁ ମଧ୍ୟ ଵ୍ରହ୍ମ ଯଜ୍ଞରେ ଘ୍ରୁତାହୁତି କରିଥିଲେ। ଏହି ଵ୍ରହ୍ମ ଯଜ୍ଞ ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)