-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅଗାଧୁପୁର ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଶନିବାର ଦିନ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ,ବୋରପଦରପଞ୍ଚାୟତ ସରପଞ୍ଚ ମାଧବ ସାହୁ ,ଗ୍ରାମ ରୋଜଗାର ସେବକ କ୍ଷମା ସାହୁ,ନାଏବ ସରପଞ୍ଚ କମଳିନୀ ସାହୁ, ରେଗଡା ନାଏବ ସରପଞ୍ଚ ଗୌରୀ ଦୀ,ଟେର୍ଚାପଲା ଗ୍ରାମ୍ୟ ଉନ୍ନୟନ ସମିତି ସମ୍ପାଦକ ନନ୍ଦିକିଶୋର ମାଝୀ,ସିଶାଖାଲ ଭିଡ଼ିସି ର ସଂପାଦକ ନିଳେନ୍ଦ୍ରୀ ସାହୁ,, ସାମ୍ବାଦିକ ପ୍ରଦୀପ କୁମାର ରଣା,ଆୟୋଜକ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା,ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ। ସଫଳ ଚାଷୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ଜଗଦୀଶ ସାହୁ,କେଶବ ମାଝୀ, ନବୀନ ସାହୁ,ହରି ବେହେରା, ଇନ୍ଦ୍ରମଣି କୁମାର, ଶାନ୍ତନୁ କୁମାର, ସଂଜୁ ଭୋଇ,ଓ ଗ୍ରାମ ବାସୀ ସହଯୋଗ କରିଥିଲେ।