-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ଝରିଆ ସାହୁ ନାମକ ଜଣେ ମହିଳାଙ୍କ ଘରୁ ୧୪ ଲିଟର ମଦ ଜବତ କରି ଝରିଆଙ୍କୁ ଗିରଫ କରିଥିଲା । ସେହିପରି ମସିଣାପାଲି ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ଙ୍କ ଘରେ ଚଢାଉ କରି ୧୦ ଲିଟର ଦେଶି ରନ୍ଧା ମଦ ଜବତ କରିଥିବା ବେଳେ ଅନ୍ତର୍ଯ୍ୟାମିଙ୍କୁ ଗରିଫ କରିଥିଲା । ଉଭୟ ସ୍ଥାନରେ ବେଆଇନ ମଦ କାରବାର ଚାଲୁଥିବା ଖବର ପାଇ ସୋନପୁର ଅବକାରୀ ଅଧୀକ୍ଷଙ୍କ ନିର୍ଦ୍ଦେଶକ୍ରମେ
ବୀରମହାରାଜପୁର ଅବକାରୀ ଇନ୍ସପେକ୍ଟର ସୁଧୀର ମିଶ୍ରଙ୍କ ନେତୃତ୍ବରେ ଚଢାଉ ହୋଇଥିଲା । ଗିରଫ ୨ ଅଭିଯୁକ୍ତଙ୍କୁ ବୀରମହାରାଜପୁର ଏସ୍ ଡି ଜେ ଏମ୍ କୋଟ୍ କୁ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢାଉ ରେ ଏ ଏସ ଆଇ ବନମାଳୀ ରଣା, କୀର୍ତ୍ତନ ନାଏକ, ଡୋଳାମଣି ପଧାନ, ଗଣେଷ ଭୋଇ, ଚିତ୍ତରଞ୍ଜନ ଦାସ, ନମିତା ବାଦି ପ୍ରମୁଖ ସାମିଲ ଥିଲେ ।