-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
ବାଲିଗୁଡା(ପ୍ରେରଣା ଖବର ବ୍ୟୁରୋ) : ଦୁଇଗୋଟି କାର ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଚାରିଜଣ ବାଲିଗୁଡା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ ବାଲିଗୁଡା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇଟି କାର ରେ ଗଞ୍ଜେଇ ଯାଉଥିବା ସନ୍ଦେହ କରି ଗାଡିକୁ ତଦନ୍ତ କଲାପରେ ସେଥିରୁ ୫୪ କେଜି୫୦୦ ଗ୍ରାମ ର ଗଞ୍ଜେଇ ବାହାରିଥିଲା । କାର ନମ୍ବର ଓଡ଼ି - ୧୪ - ସି - ୯୪୮୦ ଏବଂ ଓଡି - ୩୩ - ୱାଇ -୦୩୬୦ ଦୁଇ ଗାଡ଼ି କୁ ଗଞ୍ଜେଇ ସହ ଜବତ କରିଥିଲେ । ଚାଲାଣ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ର ଅମରେନ୍ଦ୍ର ମଲ୍ଲିକ,ରାଜା ମଲ୍ଲିକ, ଦେବଦତ୍ତ ଦାସ ଏବଂ ପ୍ରକାଶ ଜେନା ଙ୍କୁ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଗିରଫ କରି କେସ ନଂ ୨୭୩/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ ।