-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
ବଲାଙ୍ଗୀର, :ବଲାଙ୍ଗୀର ସହର ରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଚାଲିଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ନିୟନ୍ତ୍ରଣ ନ କରିପାରିବା ନେଇ ସାଧାରଣ ଅସୁରକ୍ଷିତ ହୋଇପଡିଥିବା ପ୍ରକାଶ ପାଉଛି । ସହର ରେ ବିଭିନ୍ନ ସ୍ଥାନରେ ବିଭିନ୍ନ ନିଶା ରେ ଚୁର ହୋଇ ଯୁବକ ମାନେ ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ରହି ବିଭିନ୍ନ ଜାନ, ବାହାନ ରେ ବୁଲୁଥିବା ଓ ଗାଡି ଧକ୍କା ଦେଇ ପଡୁଥିବା ବିନା କାରଣ ରେ ସାଧାରଣ ଲୋକଙ୍କୁ ଲୁଟ,ତରାଜ ସହ ଗାଳି, ଗୁଳଜ ଓ ଦୁର୍ଘଟଣା ସାଧାରଣ ଘଟଣା ରେ ପରିଣତ ହୋଇଯାଇଛି । ବିଭିନ୍ନ ଛକ ରାସ୍ତା,ଘାଟ ରେ ଏହି ଯୁବକ ନିଶା ବଟିକା ତଥା ବିଭିନ୍ନ ନିଶା ରେ ଚୁର ରହି ଏଭଳି ଅସାମାଜିକ କାର୍ଯ୍ୟକଳାପ ଘଟେଇ ଆସୁଛନ୍ତି । ପୋଲିସ ନାମକୁ ମାତ୍ର ନଅ ଗୋଟି ସ୍ୱତନ୍ତ୍ର ଫୋର୍ସ ଗଠନ କରି ପିସିଆର ବୁଲୁଥିବା ଦେଖାଯାଉଛି । ଖୋଲା,ଖୋଲି ସଟା,ଜୁଆ ଖେଳ ଚାଲିବା,କୁଚିଆ ଦେଶୀ, ବିଦେଶୀ ମଦ,କଫ ସିରଫ,ନିଶା ବଟିକା ବିକ୍ରି ହେବା ପୋଲିସ ନିକଟରେ ଖବର ଥାଇ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନିଆ ନ ଯିବା ନେଇ ଜ ଅସନ୍ତୋଷ ବୃଦ୍ଧି ପାଇ ଚାଲିଛି । ବିଗତ ଦିନରେ ଜଣେ ଯୁବକ ଙ୍କୁ ହତ୍ୟା କରିବା ଘଟଣା ପରେ ପୁଣି ସହର ର ଗାନ୍ଧୀନଗରପଡା ରେ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ଘଟିଥିବା ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଭିତରକୁ ପଶି ଦୁଇ ଜଣ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇ ଯାଇଥିବା କୁହାଯାଇଛି । ହତ୍ୟାର ଶିକାର ଯୁବକ ଜଣକ ହେଉଛନ୍ତି ଗାନ୍ଧୀନଗରପଡାର ଅରବିନ୍ଦ କୁମାର ସିଂ । ତାଙ୍କ ବୟସ ୩୭ ବୋଲି ଜଣାପଡିଛି । ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ ଟା ରେ ଘରେ କେହି ନଥିବା
ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇ ଥିଲେ,ପୋଲିସ ସିସି ଟିଭି ସହାୟତା ରେ ଦୁଇ ଜଣ ଯୁବକ ଙ୍କୁ ଗିରଫ କରି ଅଟକ ରଖିଥିବା ବେଳେ କେଉଁ କାରଣ ରୁ ହତ୍ୟା କରି ତାଙ୍କ ମୋବାଇଲ ନେଇ ଫେରାର ହୋଇଥିଲେ ସେ ନେଇ ଅଧିକ ତଦନ୍ତ ଜାରି ଥିବା ପୋଲିସ ସୂଚନା ଦେଇଛି । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଘର ଭିତରେ ହତ୍ୟା କରି ତାଙ୍କୁ ଉଲଗ୍ନ ଅବସ୍ଥାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହାୟତା ରେ ତଦନ୍ତ ଚାଲିଥିବା ବେଳେ ଏ ଘଟଣା କୁ ନେଇ ଅଞ୍ଚଳରେ କକୁଆ ଭୟ ସୃଷ୍ଟି ହୋଇଛି । ଏପରି ଅନେକ ଚୋରି ,ଲୁଟ ଘଟଣାମାନ ଥାନା ରେ ମାମଲା ରୁଜ୍ଜୁ ହୋଇପାରୁ ନ ଥିବା ଦେଖା ଯାଉଛି । କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ତାହା ବର୍ତ୍ତମାନ ସୁଦ୍ଧାଅସ୍ପଷ୍ଟ ରହିଛି । ମାତ୍ରାଧିକ ଭାବେ ବଢି ଚାଲିଥିବା ଏହି ଅସାମାଜିକ କାର୍ଯ୍ୟକଳାପ କୁ ତୁରନ୍ତ କିପରି ରୋକ ଲଗେଇ ନିୟନ୍ତ୍ରଣ କରାଯାଇ ପାରିବ ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
(ସନ୍ତୋଷ କୁମାର ନାଏକଙ୍କ ରିପୋର୍ଟ)