-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
ବୀରମହାରାଜପୁର , (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ହାଇସ୍କୁଲରେ ବାଲ୍ଯ ବିବାହ ବିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ସୁବର୍ଣ୍ଣଲତା
ବେହେରା ଅଧ୍ୟକ୍ଷତାରେ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତାନୁ କୁମ୍ଭକାର ମୁଖ୍ୟ ଅତିଥି ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋତ୍ସ୍ନାମୟୀ ପଣ୍ଡା ଓ ସୁବଳୟା ସେକ୍ଟର ଅଧିକାରୀ ଆରତୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରସାରିତ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ମାନଙ୍କୁ ନେଇ ଶପଥ ପାଠ ଉତ୍ସବ କରାଯାଥିଲା । ଶିକ୍ଷକ ଚନ୍ଦ୍ରମଣି ବାଘ ସଭାକୁ ସଂଯୋଜନା କରିଥିଲେ ।