-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
କଣ୍ଟାବାଞ୍ଜି(ପ୍ରେରଣା ଖବର) : କଣ୍ଟାବାଞ୍ଜି ଏନ୍ଏସିର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ କଣ୍ଟାବାଞ୍ଜି ସହରରେ ଅନେକ ସ୍ଥାନରେ ଏନ୍ଏସି ପକ୍ଷରୁ ଅନେକ ଜବରଦଖଲ ସ୍ଥାନ ମଧ୍ଯ ଏନଏସି ଉଛେଦ୍ କରି। ସେହି ସ୍ଥାନରେ ଏନଏସି ପକ୍ଷରୁ ପାର୍କ, ସେଲଫି ଜୋନ, ନିର୍ମାଣ କରାଯାଉଛି। ହେଲେ କଣ୍ଟାବାଞ୍ଜି ସହରର ଡେଲି ମାର୍କେଟ ରି ଥିବା ଅଲିଆ ଗଦାରେ ଏନଏସି ପକ୍ଷରୁ ଏକ ଜଗନ୍ନାଥ ମୃର୍ତି ସ୍ଥାପନ କରାଯାଇଛି। ସେହି ମୃର୍ତ୍ତି ନେଇ ବଢୁଛି ଓଡିଆ ଜାତିର ସ୍ବାଭିମାନୀ କୋଟି କୋଟି ମଣୀଷର ଆରାଧିୟ ଦେବତା ମାହାପ୍ରଭୁ ଜଗନ୍ନାଥ ପ୍ରେମ ଙ୍କ ମନରେ ଉଠାର ଘାତ ହେବା ସହ ତିବ୍ର ପ୍ରତିକ୍ରିୟା ତଥା ଜନ ଅସନ୍ତୋଷ ବୃଦ୍ଧି ପାଉଛି।
ବିଶ୍ବ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ବର୍ଷ କୁ ଥରେ ସେ ବାହାରକୁ ବାହାରି ତାଙ୍କ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାଆନ୍ତି। ହେଲେ କଣ୍ଟାବାଞ୍ଜି ଏନ୍ଏସି ପ୍ରଭୁ ଜଗନ୍ନାଥଙ୍କୁ ଅସମାନ କରୁଛି। ଖୋଲା ଆକାଶ ତଳେ ଜଗନ୍ନାଥ ମୃର୍ତ୍ତି ସ୍ଥାପନ କରଯାଇଛି। ବାହାରେ ପଡି ରହିଛି ମୃର୍ତ୍ତି । ଏହା ଉପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।