-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
ପାଟଣାଗଡ଼., ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ବିଦ୍ୟାଳୟ ମାନଙ୍କ ଉନ୍ନତି କରଣ, ସୌନ୍ଦର୍ଯ୍ୟ କରଣ, ନୂତନ କୋଠରୀ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଗ୍ରାମାଞ୍ଚଳ ମାନଙ୍କୁ ବିଦ୍ୟାଳୟ କୋଠରୀ ନାହିଁ ବୋଲି ଛାତ୍ରଛାତ୍ରୀ ବାହାରେ ବସି ପାଠ ପଢୁଛନ୍ତି ତ କେଉଁଠି ଭଙ୍ଗା କୋଠରୀ ରେ ବସି ପାଠ ପଢୁଛନ୍ତି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ସରମୁହାଣ ପଞ୍ଚାୟତ ଅଧିନସ୍ଥ ଖରଖରା ଗାଁ ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଠରୀ ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ବାହାରେ ବସି ପାଠ ପଢୁଛନ୍ତି।ଏ ବିଷୟରେ ଆମେ ପ୍ରଧାନ ଶିକ୍ଷକ ପ୍ରଶ୍ନ କୁମାର ମିଶ୍ର ଙ୍କୁୁୁ ପଚାରି ବୁଝିଲୁ ଯେ ତାଙ୍କ ବିଦ୍ୟାଳୟ ରେ ପଢୁଥିବା ଛାତ୍ରଛାତ୍ରୀ ସଂଖ୍ୟା ୨୫୯ ଓ ଶିକ୍ଷକ ସଂଖ୍ୟା ୬ ଜଣ ଥିବାବେଳେ ମାତ୍ର ତିନୋଟି ଶ୍ରେଣୀ ଗୃହ । ବର୍ତ୍ତମାନ ତିନୋଟି ଶ୍ରେଣୀ ଷଷ୍ଠ, ସପ୍ତମ ଓ ଅଷ୍ଟମ ଖୋଳାଯାଇଛି ଏବଂ ସେଥିରେ ମଧ୍ୟ ଜାଗା ହେଉନଥିବାରୁ ଛାତ୍ରଛାତ୍ରୀ ମାନେ ବାହାରେ ବସି ପାଠ ପଢୁଛନ୍ତି। ଯଦି ସବୁ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଆସିଥାନ୍ତି ତା'ହେଲେ ଛେପ ପକାଇବାକୁ ମଧ୍ୟ ଜାଗା ହୁଏନାହିଁ। ବିଦ୍ୟାଳୟ ପରିସରରେ ସରକାରୀ ଜମି ବହୁ କମ୍ ପରିମାଣର ଥିବା ହେତୁ ଆମ୍ଭେ ଅନେକ କଷ୍ଟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଉଛୁ ।ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଧ୍ୟାନ ଦେବା ସଙ୍ଗେ ସଙ୍ଗେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଶିକ୍ଷକମାନେ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି।