-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
ବଲାଙ୍ଗୀର,: ଗତକାଲି ଚାରିଜଣ କଫସିରଫ ସହ ଗାଡି ପୋଲିସ ଜବତ କରିଥିବା ବେଳେ ଆଜି ତିନି ଜଣ ଗିରଫ ସହ ବ୍ୟାପକ କଫସିରଫ ଜବତ କରାଯାଇଛି । ପୁଣି କଫ୍ ସିରପ୍ ମାଫିଆ ବଲାଙ୍ଗିର ଟାଉନ୍ ପୋଲିସ ହାତରେ ଧରାପଡ଼ିଛନ୍ତି । ଏସ୍ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଗତ କାଲି ରାତି ୮ଟା ୩୫ମି. ସମୟରେ ସ୍ଥାନୀୟ ବରପାଲିପଡ଼ାରୁ ୨୦୪ ବୋତଲ କଫ୍ ସିରପ୍ ସହ ହୋଣ୍ଡା ଏକ୍ଟିଭା ବାଇକ୍ (ନଂ.ଓଡ଼ି ୦୩ ଏସ୍ ୦୫୯୬), ୩ ଲିଟର ଲୁଜ୍ କଫ୍ ସିରପ୍ ରହିଥିବା ଏକ ଜାର୍ ସହ ନଗଦ ୬ ହଜାର ୬୨୫ ଟଙ୍କା ଟାଉନ୍ ପୋଲିସ୍ ଜବତ କରିବା ସହ ବିଭୂତିପଡ଼ାର ସୁରଜ ମେହେର ଏବଂ ରାଜା ମେହେର ଓ ଇନ୍ଦିରାନଗର ର ସରୋଜ ବିଶିକୁ ଗିରଫ୍
କରିଛି । ତେବେ ଗତକାଲି ବଲାଙ୍ଗିର ପୋଲିସ କଫ୍ ସିରପ୍ ଚୋରା ଚାଲାଣ ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏବେ ପୁଣି ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରହିଛି । ପୋଲିସର ଏଭଳି ତନାଘନା ପଦକ୍ଷେପ ଯୋଗୁଁ କଫ୍ ସିରପ୍ ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ଚର୍ଚ୍ଚା ସହରର ଜୋର୍ ଧରିଛି ।
(ସନ୍ତୋଷ କୁମାର ନାଏକ ଙ୍କ ରିପୋର୍ଟ)