-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଷଢଙ୍ଗୀ ବନାଞ୍ଚଳ କପିଳାସ ସଂରକ୍ଷିତ ଜଙ୍ଗଲ ନକଟରେ ଥିବା ନେଉଳପୋଇ କାଜୁ ବଗିଚାରେ ବନବିଭାଗ ଚଢାଉ କରି ୧୫ କେଜି ବାରହା ମାଂସ ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ନେଉଳପୋଇ କାଜୁ ଜଙ୍ଗଲ ମଧ୍ୟରେ ଏକ ବାରହାକୁ ମାରି ମାଂସ କାଟୁଥିବାର ଖବର କୌଣସି ସୂତ୍ରରୁ ବନ ବିଭାଗ ପାଇଥିଲା ।
ଏହି ଖବରକୁ ନେଇ ବନ ବିଭାଗ ତରଫରୁ ଚଢାଉ କରାଯାଇ ସେଠାରୁ ୧୫ କେଜି ବାରହା ମାଂସ ସହିତ ଗୋଟିଏ ହିରୋ
ହୋଣ୍ଡା ସିଡି ଡିଲକ୍ସ ମୋଟର ସାଇକେଲ ନଂଓଆର୦୬କେ୦୨୭୨ ସହିତ ଗୋଟିଏ ଓଜନ ମେସିନ,କଟୁରୀ ,ଟାଙ୍ଗିଆ ଏବଂ ଗୋଟିଏ ପନିକି କୁ ଜବତ କରାଯାଇଛି ।
ଏହି ଘଟଣାରେ ସଂପୃକ୍ତ ଥିବା ଗଁଦିଆ ଥାନା ନେଉଳପୋଇ
ପଞ୍ଚ।ୟତ ଚନ୍ଦ୍ରଶେଖରପୁର ଗ୍ରାମର ପ୍ରାଣବନ୍ଧୁ ସାମଲଙ୍କ ପୁଅ ଅଥୟ ସାମଲ(୬୫) ଓ ପରିକ୍ଷିତ ସାମଲଙ୍କ ପୁଅ ପ୍ରସନ୍ନ ସାମଲ(୪୦)ଙ୍କୁ ଗିରଫ କରିଛି । ବନବିଭାଗ ତରଫରୁ ସେମାନଙ୍କ ନାମରେ ୫୧/୨୦୨୧-୨୨ରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।