-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ସ୍ଥାନୀୟ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭୀମ ଭୋଇ କଲେଜ ର ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ମାନଙ୍କ ତରଫରୁ ଏକ ସ୍ବଚ୍ଛତା ଅଭିଯାନ ଏବଂ ବୃକ୍ଷ ରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜର ଯୁବ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର ଙ୍କ ତତ୍ବାବଧାନରେ
ଛାତ୍ରମାନେ ଚିକିତ୍ସାଳୟ ପରିସର କୁ ସଫା କରିବା ସହ ବୃକ୍ଷ ରୋପଣ କରିଥିଲେ । ଚିକିତ୍ସାଳୟ ର ଡଃ ଗୋପାଳକୃଷ୍ଣ ହେମ୍ବ୍ରମ୍ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତରଖାନା ପରିଚାଳକ ଦୀପକ୍
କୁମାର ନନ୍ଦ, ରୋଜାଲିନ ଲାକ୍ରା ଏବଂ କର୍ମଚାରୀ କିଶୋର ଚନ୍ଦ୍ର କର୍ଣ୍ଣ , ରବିନ୍ଦ୍ର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ଥିଲେ । ସେହିପରି ଭୀମ ଭୋଇ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ନୂତନ ନାଗ,ବିବେକ ମହାପାତ୍ର, ବ୍ରିଜେଶ ଦାସ, ଏବଂ ରାକେଶ ଦେହୁରୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।