-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
ବରଗଡ(ପ୍ରେରଣା ଖବର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଵିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ସ୍ଥାନୀୟ ବିଦ୍ୟାବିହାରସ୍ଥିତ ଇମ୍ପେରିଆଲ କଲେଜର ଦ୍ଵିତୀୟ ସେମିଷ୍ଟାରରେ ଛଅଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ପ୍ରଥମ ସ୍ଥାନରେ କାହ୍ନାଚରଣ ପଣ୍ଡା ୧୦.୦୦ ଏସଜିପିଏ,ପଞ୍ଚମ ସ୍ଥାନରେ ଲାଡଲି ପାତ୍ର,ପ୍ରୀୟାଂଶୁ ଭାଗତ ୯.୩୦ ଏସଜିପିଏ ଏବଂ ଅଷ୍ଟମ ସ୍ଥାନରେ ଅକ୍ଷତ ଅଗ୍ରୱାଲ, ସିଦ୍ଧାନ୍ତ ଅଗ୍ରୱାଲ ଓ କୁନାଲ ଝାୱର ୯.୦୦ ଏସଜିପିଏ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ୍ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଭିନନ୍ଦନ ଜଣାଇଛନ୍ତି।