-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ବଡଅଙ୍କରିଆ ରାଧାରାଣୀ ମଠରେ ବ୍ୟଂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ମଠାଧିସ ସତ୍ୟବ୍ରତଦାସଜୀ ମହାରାଜଙ୍କ ତତ୍ୱାବଧାନରେ ହୋଇଥିବା ଏହି ଉତ୍ସବରେ ଶ୍ରୀ ରାଧାକୃଷ୍ଣଙ୍କ ପହରଉଠା, ସ୍ନାନ, ଦୀପ ଅର୍ପଣ ତଥା ବାଳ ଭୋଗ ଅର୍ପଣ କରାଯାଇଥିଲା । ମଧ୍ୟାହ୍ନ ସମୟରେ ୧୧୨ ପ୍ରକାରର ବ୍ୟଂଜନ ରାଧାକୃଷ୍ଣଙ୍କୁ ଭୋଗାର୍ପଣ କରାଯାଇଥିଲା । ଏହି ଅବଶରରେ ନବାଗତ ଚତୁର୍ଦ୍ଧାମୁର୍ତୀଙ୍କ ସିଂହାସନ ରତ କରାଯାଇଥିଲା । ମହାରାଜ ଉପସ୍ଥିତ ସାଧୁ ମାନଙ୍କୁ ନୂତନ ବସ୍ତ୍ରଦେଇ ସେବା କରିଥିଲେ । ପଣ୍ଡିତ ବାବୁଲୁ ମିଶ୍ର ପୂଜାର୍ଚନା କରିଥିବା ବେଳେ ବାବା ଚକ୍ରଧର ଚୈତନ୍ୟ ମହାରାଜ, ସତ୍ୟପ୍ରକାଶ ରଥ, ବିଶ୍ୱମ୍ବର ଦାସ, ସର୍ବେଶ୍ୱର ଦାସ, ମନୋହର ଦାସ, ଯୁଗୀ ଦାସ ପ୍ରମୁଖ ସହଯୋଗ କରିଥିଲେ ।