-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
କେନ୍ଦ୍ରାପଡା (ଶିବ ପ୍ରସାଦ ସେନାପତି) : ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ୍ ର ସମସ୍ତ ପଞ୍ଚାୟତରେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯାଇଛି। ସେହିପରି ଗରଦପୁର ବ୍ଳକ୍ ଅନ୍ତର୍ଗତ ମଧୁଶାସନ ପଂଚାୟତରେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଶୁଭାରମ୍ଭ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଟକୁରା ବିଧାୟିକାଙ୍କ
ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ସମ୍ପର୍କରେ ଅବଗତ କରାଇବା ସହ ସେମାନଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ ବିଡ଼ିଓ ରଞ୍ଜିତ କୁମାର ମଲ୍ଲିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟଲକ୍ଷ୍ମୀ ମଲ୍ଲିକ, ସାଂସଦ ପ୍ରତିନିଧି ଜୟପ୍ରକାଶ, ସରପଞ୍ଚ ଅରୁଣ କୁମାର ନାୟକ, ସମିତି ସଭ୍ୟ ସରିତା ପାତ୍ର, ଶିକ୍ଷକ ରାଜେନ୍ଦ୍ର ଭୋଇ , ନରେନ୍ଦ୍ର ନାଥ ସେନାପତି, ମୁରଲୀଧର ପାତ୍ର, ଅଜୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।