-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଅବନୀ ସାହୁ ଯୋଗ ଦେଇଛନ୍ତି । ଶ୍ରୀ ଅବନୀ ସାହୁ ପୂର୍ବରୁ ଟିଟିଲାଗଡ଼ ରେଲୱେ ଜିଆର୍ପି ପୋଲିସ ଅଧିକାରୀ ଦାଇତ୍ୱ ରେ ରହି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିପାରିଥିଲେ । ଟିଟିଲାଗଡ଼ ରେଳ ଜନକ୍ସନ ଦେଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ପଟୁ ବ୍ୟାପକ ବିସ୍ପୋରକ ସାମଗ୍ରୀ ଓଡ଼ିଶାର ବିଭିନ୍ନ ପ୍ରାନ୍ତଃ ତଥା ଛତିଶଗଡ଼ ରାଜ୍ୟ କୁ ଚାଲାଣ କରାଯାଉଥିବା ବେଳେ ମାଓବାଦୀ ଗତିବିଧି ବୃଦ୍ଧି ପାଉଥିବା ବେଳେ ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ସେହିପରି ଦାଦନ ଚାଲାଣ,ଚୋରି,କୋଇଲା ଚୋରି ପରି ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିପାରି ଥିଲେ । ତତ୍କାଳୀନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ଅନ୍ୟତ୍ର ବଦଳି ହେବା ପରେ ଥାନା ଅଧିକାରୀ ଭାବେ ଶ୍ରୀ ସାହୁ ଯୋଗଦେଇଛନ୍ତି । ନୂତନ ଥାନା ଅଧିକାରୀ ଭାବେ ଯୋଗଦେବା ପରେ ସଇଁନ୍ତଲା ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଭାଇଚାରା ସୃଷ୍ଟି କରିବା ଓ ଅପରାଧ ରୋକିବା ମୂଳ ଲକ୍ଷ ରହିଛି ବୋଲି ନୂତନ ଥାନା ଅଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି ।