-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
ବଲାଙ୍ଗୀର, ଆଧୁନିକ ସୁବିଧା ସହ ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର (୦୮୪୨୩/୦୮୪୨୪) ମେମୁ ଟ୍ରେନ୍ ପୁରୁଣା ସମୟରେ ଚଳାଚଳ ଆରମ୍ଭ କରିଛି। ଏଥିରେ ସିସିଟିଭି ପର୍ଯ୍ୟବେକ୍ଷଣ, ୬ ମେମୁ କୋଚ୍ ଓ ୨ ମୋଟର କାର ମେମୁ କୋଚ୍ ସହ କେତେକ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା ରହିଛି। ଏଥିରେ ୬୧୪ଜଣ ଯାତ୍ରୀ ସୁରକ୍ଷିତ ତଥା ଆରାମଦାୟକ ଯାତ୍ରା କରିପାରିବେ। ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇଁ ଜିପିଏସ୍ ଆଧାରିତ ପାସେଞ୍ଜର ଇନଫରମେଶନ ସିଷ୍ଟମ୍ ଏବଂ ପାସେଞ୍ଜର ଆଡ୍ରେସ ସିଷ୍ଟମ ରହିଛି। ନିରାପଦ ଯାତ୍ରା ପାଇଁ ସ୍ଲିପ୍ ଫ୍ରି ଚଟାଣ, ଆରାମଦାୟକ ଯାତ୍ରା ପାଇଁ କୁସନଯୁକ୍ତ ବେଞ୍ଚ, ଗୋଟିଏ କୋଚ୍ରୁ ଅନ୍ୟ କୋଚ୍କୁ ସୁରକ୍ଷିତ ଓ ସହଜ ଭ୍ରମଣ ବ୍ୟବସ୍ଥା, ସହଜ ପ୍ରବେଶ ଓ ପ୍ରସ୍ଥାନ ପାଇଁ ହାଲୁକା ଆଲୁମିନିୟମ୍ ସ୍ଲାଇଡିଂ କବାଟ ରହିଛି। ଏହି ଟ୍ରେନ ଷ୍ଟେନଲେସ୍ ଷ୍ଟିଲ୍ ଦ୍ୱାରା ନିର୍ମିତ, ଯାହା ବାୟୁ ପ୍ରତିରୋଧକୁ ହ୍ରାସ କରିବା ପାଇଁ ଏରୋଡାଇନାମିକ୍ ଆକୃତି ରହିଛି। ଏହା ବାୟୁ ପ୍ରତିରୋଧ କରିବ, ଯାହାଦ୍ୱାରା ଶକ୍ତି ସଞ୍ଚୟ ହେବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)