-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କ୍ବାଲିଟି ଏନାଲିଷ୍ଟ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି। ସୂଚନା ଅନୁସାରେ ସମସ୍ତ ଧାନ ମଣ୍ଡି ମାନଙ୍କୁ ଧାନ କ୍ରୟ ବିକ୍ରୟରେ ସହଯୋଗ କରିବା ନିମନ୍ତେ ଗୋଟିଏ ଲେଖାଏଁ କ୍ବାଲିଟି ଏନାଲିଷ୍ଟ ମାନଙ୍କୁ ଅସ୍ଥାୟୀ ଭାବରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସେମାନଙ୍କୁ ଚଳିତ ବର୍ଷ ମଣ୍ଡି ଖୋଳିବା ସମୟରେ ସେହି ପଦବୀରୁ ହଟାଇ ଦିଆଯାଇଛି। ସେଥିପାଇଁ କ୍ବlଲିଟି ଏନାଲିଷ୍ଟ ମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଚଳିତ ବର୍ଷ ନିଯୁକ୍ତି ପାଇଁ ଅନେକ ଥର ବଲାଙ୍ଗିର ସି.ଏସ୍. ଓ ଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ସେଥିପାଇଁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ଏକ ଦାବିପତ୍ର ଦେଇଛନ୍ତି ବଲାଙ୍ଗିର ଜିଲ୍ଲା କ୍ବାଲିଟି ଏନାଲିଷ୍ଟ ସଂଘ ।