-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଲାତୁରପେଟ ଖେଳପଡିଆରେ ଅନୁଷ୍ଠିତ ୭ ମ ପନ୍ଥେଇ ବୁଢୀ ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ସୋନପୁର ଦଳ ୧-୦ ଗୋଲରେ ଅନୁଗୁଳ ନାଲକୋ ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ,ସ୍ଥାନୀୟ ସରପଞ୍ଚ ଅଶୋକ ମହାକୁର, ନିର୍ବାହୀ ଅଧିକାରୀ ଅଶୋକ ନନ୍ଦ, ସମାଜସେବୀ ପଦାର୍ଥ ଜଗଦଲା, ସୁରୁନାରାୟଣ ମହାକୁର, କ୍ଲବ ସଭାପତି
କାହ୍ନୁଚରଣ ମହାକୁର, ଅବିନାଶ ହୋତା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ଯୋଜନା ଓ ସଂଯୋଜନା ତଥା ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ଭୂଷଣ ପାତ୍ର, ପୂର୍ବ ସରପଞ୍ଚ ନାରାୟଣ ଲୁହା, ସମାଜସେବୀ ସୁରୁନାରାୟଣ ମହାକୁର, ଶୈଳ ରଞ୍ଜନ
ବାଦୀ ଓ ସାମନ୍ତ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । କିଶୋର ଭୋଇ, ଅଭି ଜଗଦଲ , ଲନ୍ଦୁ ନାଏକ, ଜଗତ ଦଲେଇ ଖେଲ ପରିଚାଳନା କରିଥିବା ବେଳେ ଅଭିମନ୍ୟୁ ବଗର୍ତ୍ତି ଧାରାବିବରଣୀ ପ୍ରଦାନ କରିଥିଲେ । ସୁଶାନ୍ତ ସାହୁ, ଅଜିତ ଚନ୍ଦ୍,ନରେଶ କାଣ୍ଡ ସ୍କୋର ରେ ରହିଥିବା ବେଳେ ଆଦିତ୍ଯ କୁରକୁରିଆ, ଭରତ ମହାଲିକ, ବିଶ୍ବଜିତ ପଣ୍ଡା, ପିନୁ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।