-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
ଟିଟିଲାଗଡ଼ (ପ୍ରେରଣା ଖବର) : ଗତକାଲି ଟିଟିଲାଗଡ଼ ସ୍ଥିତ ଘଣ୍ଟାସନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶାଖା ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଟିଟିଲାଗଡ଼ର ପରିଚିତ ସ୍ବେଚ୍ଛାସେବୀ ବନମାଳୀ ବେହେରା ଆରମ୍ଭ କରେଇଥିଲେ। ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ପଙ୍କଜ ନାମଦେବ, ସିତମ ସାଗର ବେଦବାକ, ସନ୍ତୋଷ ମହାନ୍ତି, ଅମ୍ଳାନ ଷଡଙ୍ଗୀ, ରାଜା ବଗର୍ତ୍ତି, ବିଜୟ ମେହେର, ଶିବା ସାହୁ, ବାପି ଡେବିଡ଼, ବିରବର ସାହୁ ପ୍ରମୁଖ ଉପସ୍ଥିତ।
ଯୁବା ମଞ୍ଚର କେନ୍ଦ୍ରୀୟ ସଂଯୋଜକ ଅଭିଷେକ ଦାଶ ଓ ବଲାଙ୍ଗୀର ଜିଲ୍ଲା ସଦସ୍ୟଙ୍କ ଉପସ୍ଥିତିରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଉକ୍ତ ଶିବିରକୁ ସୁଚିସ୍ମିତା ଷଡ଼ଙ୍ଗୀ ଆବାହକତ୍ୱ କରିଥିବାବେଳେ ଆଲୋକ ସାହୁ, ବିଜୟାନନ୍ଦ ମହାକୁର, ରିଙ୍କି ମେହେର, ଗଣେଶ ପଧାନ, ଖଗେଶ୍ବର ପଧାନ,
ମିହିର୍ ସେନ ଭୁଏ ଏବଂ ଡ଼ିଏଭି କଲେଜ ଏନ୍ ସି ସି ଛାତ୍ର ଛାତ୍ରୀ ଶୃଙ୍ଖଳା ବ୍ୟବସ୍ଥା ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତା ଏବଂ ଅତିଥି ମାନଙ୍କୁ ଚାରାଗଛ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।