-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Dec-2021
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ଭରୁଆପାଲି ଗାଁ ରେ ସହୀଦ ବାଜି ରାଉତ କ୍ଳବ ପକ୍ଷରୁ ଚାଲିଥିବା ୧୮ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି କାର୍ଯ୍ୟକୁ ଆଗେଇ ନେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର, ନୁନହାଡ ସମିତି ସଭ୍ୟ ତଥା ଭରୁଆପାଲି ସରପଞ୍ଚଙ୍କ ସ୍ବାମୀ ତଥା ପ୍ରତିଯୋଗିତାର ସର୍ବେସର୍ବା ପୁରୁନ୍ଦର ବାଗ ,ଭରୁଆପାଲି ସରପଞ୍ଚ ପଦ୍ମାବତୀ ବାଗ, ପୂର୍ବତନ ସମିତି ସଭ୍ୟ ବସନ୍ତ ମାଝୀ, ଗଣେଶ ମେହେର, ପୂର୍ବତନ କ୍ଳବ ସଭାପତି ମୁକୁନ୍ଦ ହଂସ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିଲେ। ସମସ୍ତ ଦଳକୁ ପରାସ୍ତ କରି କର୍ଲାକୋଟ ଦଳ ଓ ନକ୍ଟାସର ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିବା ବେଳେ ଏଥିରେ ନକ୍ଟାସର ବିଜୟ ହାସଲ କରି ବଲାଙ୍ଗିର ଜିଲ୍ଲା ଗୌରବ ସମ୍ମାନ ରକ୍ଷା କରିଥିବା
ସଭାପତି ସୀତାରାମ ମହାଖୁଡ ଓ ସମ୍ପାଦକ ଶଙ୍କର କରୁଆଁ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରାଜ ମଣ୍ଡଳ ୪ର୍ଥ ଅମ୍ପେୟାର ଓ ନୀଳ ନାଏକ ଦ୍ବିତୀୟ ରେଫରୀ , ସୁଜିତ ରାଜହଂସ ଦେବେନ୍ଦ୍ର ଥନାପତି ଲାଇନ୍ ମେନ୍ ଦାୟିତ୍ଵ ତୁଲାଇଥିଲେ। ଏବଂ ଉମାକାନ୍ତ ପୁଟେଲ ସ୍କୋର ସିଟ୍ ମ୍ୟାନେଜମେଣ୍ଟ କରୁଥିଲେ । ଖେଳ ଆରମ୍ଭ ରୁ ଶେଷ ଯାଏଁ ଅତିଥି ମାନଙ୍କୁ ଯେଉଁ ଉପଢ଼ୌକନ ଦିଆଯାଏ ତାହା ସବୁ ପୂର୍ବତନ ସହୀଦ ବାଜି ରାଉତ କ୍ଳବ ର ସଭାପତି ଶ୍ରୀ ମୁକୁନ୍ଦ ହଂସ ଙ୍କ ଅନୁଦାନ ରେ ହେଉଥିଲା। ଏହି ମ୍ୟାଚ ଅନୁଷ୍ଠିତ ହେବାର ଆରମ୍ଭ ରୁ ଶେଷ ଯାଏଁ ପୁରୁନ୍ଦର ବାଗ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିବା ଜଣାପଡିଛି। ଭଗବାନ ଙ୍କ କରୁଣାରୁ ସବୁ ବର୍ଷ ଧରି ଏହି କାର୍ଯ୍ୟ ଚାଲିଥାଉ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।