-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ଜାଲ କାଗଜପତ୍ର ଦର୍ଶାଯାଇ କୋଟିଏ ରୁ ଉର୍ଦ୍ଧ୍ବ ଜି ଏସ ଟି ଠକେଇ ମାମଲାରେ ମୁଖ୍ୟ ମାଷ୍ଟର ମାଇଣ୍ଡ କିଏ? ତଦନ୍ତ ଦାବି।

08-Nov-2020



ସଇଁତଳା, (ପ୍ରେରଣା ଖବର) -ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ ଘଣ୍ଟମାଲ ଗ୍ରାମର ରବୀନ୍ଦ୍ର ଭୋଇ ନାମକ ଜଣେ ଚାଷୀଙ୍କ ନାଁରେ ମିଛ କମ୍ପାନୀ ଖୋଲି ୧ କୋଟି ଟଙ୍କାର କାରବାର ପରେ ଜିଏସଟି ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଜିଏସଟି ବିଭାଗୀୟ ଅଧିକାରୀ ତଦନ୍ତ ମଧ୍ୟ କରିଥିଲେ । ତେବେ ଯୁବକ ଜଣକ ଜାଣିବା ପରେ ଠକେଇ ହୋଇଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ କରିଥିଲେ । ତେବେ ଏହା ବଲାଙ୍ଗିର ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣା ପଛରେ ମାଷ୍ଟର ମାଇଣ୍ଡ ଭାବେ ଟିକ୍ରାପଡାର ବାସିନ୍ଦା ଗାୟତ୍ରୀ ଜୟସ୍ୱାଲ ଓ ବିରେନ୍ଦ୍ର ଜୟସ୍ୱାଲଙ୍କୁ ଆଜି ବଲାଙ୍ଗିର ଟାଉନ ଥାନା ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଏହି ଦୁଇ ଜଣ ମାଷ୍ଟର ମାଇଣ୍ଡ ନା ଆଉ କିଏ ,କିଏ ଏହି ଜିଏସଟି ଠକେଇ ପଛରେ ଅଛନ୍ତି, ତାହା ସବୁକୁ ତଦନ୍ତ କଲା ପରେ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ଅନ୍ୟପଟେ ଦେଓଗାଁ ବ୍ଳକ ସାରସମାଲ ଗ୍ରାମର ସବିତା ରଣା ନାମକ ଜଣେ ମହିଳାଙ୍କ ସହ ଘର ଭଡା ପାଇଁ ସ୍ୱାକ୍ଷର ହୋଇଥିବା ଏକ ଚୁକ୍ତି ପତ୍ର ବିକ୍ରିକର ବିଭାଗ(ସେଲଟ୍ୟାକ୍ସ) ପାଖରେ ରହିଛି । ଯେଉଁଥିରେ ସାରସମାଲ ଏକ ‘ପରିବହନ କମ୍ପାନୀ’ର କାର୍ୟ୍ୟଳୟ ଖୋଲା ଯାଇ ସେଠାରୁ ସାମଗ୍ରୀ ପରିବହନ କରାଯାଇଛି ବୋଲି ଜିଏସଟି ଫଂକାଯାଇଥିବା ଜାଣିବାକୁ ମିଳିଛି । କିନ୍ତୁ ପ୍ରକୃତରେ ସାରସମାଲରେ ସଂପୃକ୍ତ ମହିଳା ଜଣକ କୈ।ଣସି କମ୍ପାନୀକୁ ତାଂକ ଘର ଭଡାରେ ଦେଇ ନଥିବା ବେଳେ ସେନେଇ କୈଣସି ଚୁକ୍ତି ସ୍ବାକ୍ଷର କରିନ ଥିବା କହିଛ‌ନ୍ତି । ଓଲଟା ଗତ କିଛି ମାସ ତଳେ ଗୋଷ୍ଠୀ ଋଣ କରାଇ ଦେବାକୁ କହି ଜଣେ ମହିଳାଙ୍କୁ ତାଙ୍କର ସମସ୍ତ କାଗଜପତ୍ର ଦେଇଥିଲେ । ତେଣୁ ସେହି ପ୍ରମାଣ ପତ୍ରରେ ନକଲି କାଗଜପତ୍ର କରି ଏଭଳି କାରବାର କରାଯାଇଥିବା ମହିଳା ଜଣକ କହିଛନ୍ତି । ଶେଷରେ ବିକ୍ରି କର ବିଭାଗର ନିର୍ଦ୍ଦେଶ କ୍ରମେ ଗତକାଲି ସେ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ସାରସମାଲ ଗାଁର ଲକ୍ଷିନ୍ଦ୍ର ରଣାଙ୍କ ଘରକୁ ଗତ ବୁଧବାରରେ ବିକ୍ରି କର ବିଭାଗର କେତେକ ବିଭାଗୀୟ ଅଧିକାରୀ ପହଂଚି ତାଙ୍କ ଘରେ କୈ।ଣସି ପରିବହନ କମ୍ପାନୀ ଖୋଲିଥିବା ସମ୍ପର୍କରେ ପଚରା ଉଚରା କରିଥିଲେ । ଏପରିକି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଲକ୍ଷିନ୍ଦ୍ରଙ୍କ ସ୍ତ୍ରୀ ସବିତା ରଣା ଚୁକ୍ତି ସ୍ବାକ୍ଷର କରି ଭଡ଼ାରେ ଘର ଦେଇଛନ୍ତି ବୋଲି ଉଲ୍ଲେଖ ଥିବା କାଗଜପତ୍ର ଦେଖାଇ ଥିଲେ । ସୂଚନା ଅନୁଯାୟୀ, ଗତ ଜୁନ ମାସ ୧ ତାରିଖରେ ସ୍ବାକ୍ଷରିତ ଉକ୍ତ ଚୁକ୍ତିପତ୍ରରେ ପ୍ରଥମ ପକ୍ଷ ସବିତା ରଣା ରହିଥିବା ବେଳେ ଦ୍ଵିତୀୟ ପକ୍ଷରେ ଟିକ୍ରାପଡା ବାସିନ୍ଦା ନିର୍ମଳ ଜୟସ୍ୱାଲ ଓ ତାଙ୍କ ପୁଅ ବିରେନ୍ଦ୍ର କୁମାର ଜୟସ୍ୱାଲ ବୋଲି ଉଲ୍ଲେଖ ରହିଛି । ଉକ୍ତ ଚୁକ୍ତି ୨୦୨୨ ମଇ ୩୧ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି । ଏପରି କି ଘର ପାଇଁ ମାସିକ ୧୦ ହଜାର ଟଙ୍କା ଦିଆଯିବ ଓ ପାଣି ବିଦ୍ୟୁତ ଖର୍ଚ୍ଚ ନିଜେ ନିର୍ମଳ ଜୟସ୍ୱାଲ ପୈଠ କରିବେ ଭଳି ଅନେକ ନିୟମ କାନୁନ ସେଥିରେ ଉଲ୍ଲେଖ କରାଯାଇଛି । ଶେଷରେ ସବିତା ରଣା, ବିରେନ୍ଦ୍ର ଜୟସ୍ୱାଲଙ୍କ ସମେତ ସାକ୍ଷୀ ଭାବରେ ଅଜୟ କୁମାର ବେହେରା ଓ ଶାଶ୍ୱତ ପଧାନ ନାମକ ଦୁଇ ଜଣ‌ଙ୍କ ଦସ୍ତଖତ ମଧ୍ୟ ରହିଛି । ସବୁ ଦେଖିବା ପରେ ସବିତା ସେ ଗୁଡିକ ନକଲି କହିବା ସହ ଏଥିରେ ଜାଲିଆତି କରାଯାଇଥିବା କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଗତ ମଇ ମାସରେ ସାରସମାଲ ବାସିନ୍ଦା କମଳାକାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ମୀନା ସାହୁ ଗୋଷ୍ଠୀ ଋଣ ପ୍ରଦାନ କରାଯିବ କହି ସବିତା  ଙ୍କ ଠାରୁ ଘରର ବିଭିନ୍ନ କାଗଜ ପତ୍ର ଆଦି ମାଗି ନେଇଥିବା ସବିତା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଥିବା ସୂଚନାରୁ ପ୍ରକାଶ ।ଏ ନେଇ ମୁଖ୍ୟ ମାଷ୍ଟର ମାଇଣ୍ଡ କିଏ ରହିଛି ସେ ଦିଗରେ ତଦନ୍ତ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବୀ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like