-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
12-Dec-2021
ସୁବର୍ଣ୍ଣପୁର-(ମନୋରଞ୍ଜନ ତ୍ରିପାଠୀ) : ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ସ୍ଥାନୀୟ ଐତିହାସିକ ପୀଠ ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ସାପ୍ତାହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଛି l ସଂଗଠନ ର ସଭାପତି ଶ୍ରୀ ଲଷ୍ମୀ ନାରାୟଣ ମେହେର ଙ୍କ ପରାମର୍ଶ କ୍ରମେ
ବରିଷ୍ଟ ସଭ୍ୟ ଶ୍ରୀ ଗରିବ ଲୋଇ ଓ ଅଶୋକ ହୋତା ଙ୍କ ତତ୍ୱାବଧାନ ଓ ଉପ -ସଭା ନେତ୍ରୀ ଇନ୍ଦୁମତୀ ପୁରୋହିତ ଙ୍କ ନେତୃତ୍ୱ ରେ ଏହି ଶିବିର ଅନୁଷ୍ଠିତ ହୋଇଛି l ଏହି ଅଭିଯାନ ରେ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଅଭିମନ୍ୟୁ କୁଶଳ, ପ୍ରହଲ୍ଲାଦ ମିଶ୍ର, ପ୍ରମୋଦ ସାହୁ,ଲଡ଼ୁ କିଶୋର ମଲ୍ଲିକ, ସିମାଞ୍ଚଳ ହୋତା, ତରଣୀ ମେହେର, ପ୍ରଫୁଲ୍ଲ ନାଏକ,ଗୋପାଳ ମେହେର, ଜୟନ୍ତ ବେହେରl, ,ତ୍ରିଲୋଚନ ତରିଆ,, କ୍ରିଷ୍ଣା ମେହେର, ପ୍ରମୁଖ ସମସ୍ତ ସକ୍ରିୟ ସଭ୍ୟ ଯୋଗ ଦେଇ ସଫେଇ କରିଥିଲେ l ସୁବର୍ଣ୍ଣପୁର ର ଏହି ଐତିହାସିକ ପୀଠ ଓ ପର୍ୟ୍ୟଟନ କ୍ଷେତ୍ରରେ ନୁଆଁ ବର୍ଷ ଡିସେମ୍ବର ଓ ଜାନୁଆରୀ ମାସ ରେ ଶ୍ରୀ ଲୋକନାଥ ମନ୍ଦିର, ଶ୍ରୀ ରାମେଶ୍ୱର ମନ୍ଦିର ଶ୍ରୀ ସୁବର୍ଣ୍ଣ ମେରୁ ମନ୍ଦିର, ମା ସୁରେଶ୍ୱରୀ, ମା
ଲଙ୍କେଶ୍ୱରୀ ମନ୍ଦିର ପାଖ ଆଖ ଅଂଚଳ ରେ ପ୍ରତିବର୍ଷ ବଣ ଭୋଜି ପାଈଁ ରାଜ୍ୟ ସାରା ଲୋକଙ୍କ ଭିଡ଼ ଜମୁଥିବାରୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ଓ ସ୍ଥାନୀୟ ପୌର ପରିଷଦ ର ମିଳିତ ସହଯୋଗ ରେ ସହର ର ବିଭିନ୍ନ ମନ୍ଦିର ଓ ପର୍ୟ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସଫେଇ ଅଭିଯାନ ଜାରିରହିବ ବୋଲି ସଂଗଠନ ସଭାପତି ଲଷ୍ମୀନାରାୟଣ ମେହେର, ଉପଦେଷ୍ଟା ସୟଦ ଅଲିମୁଲ ଇସଲାମ ପ୍ରକାଶ କରିଛନ୍ତି l