-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
11-Dec-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ଅଦାଲତ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଲୋକ ଅଦାଲତରେ ୧୧୮୭ ଗୋଟି ଦେୱାନି ଓ ଫୌଜଦାରୀ ମାମଲା ଆଗତ ହୋଇ ତନ୍ମଧ୍ୟରୁ ୧୩୩ ଗୋଟି ମାମଲା ଫଇସଲା ହୋଇଛି । ଏଥି ନିମନ୍ତେ ୩୬,୯୬,୯୪୮ ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ ଲାଗି ସ୍ଥିରିକୃତ ହୋଇଅଛି । ସେହିପରି ୧୬୪୮ ଗୋଟି ବ୍ୟାଙ୍କ ଋଣ ଅନାଦେୟ ମାମଲାର ଆଗତ ହୋଇ ୧୬୬ ଗୋଟି ମାମଲାର ଫଇସଲା ହୋଇ ୫୨,୪୧,୦୨୮ ଟଙ୍କା ବ୍ୟାଙ୍କ ଋଣ ରାଶି ସେଟଲମେଣ୍ଟ (ରାଜିନାମା) ସ୍ୱାକ୍ଷରିତ ହୋଇଅଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଜଜ ରୁପଶ୍ରୀ ଚୌଧୁରିଙ୍କ କୋର୍ଟରେ ୪୦ ଗୋଟି ଗାଡ଼ି ମୋଟର ଦୁର୍ଘଟଣା ମାମଲାରୁ ୮ ଗୋଟି ମାମଲା ଫଇସଲା ହୋଇ ୩୫,୫୫,୯୮୪ ଟଙ୍କାର ବିମାରାଶି ପ୍ରଦାନ ପାଇଁ ସଂପୃକ୍ତ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଜିଲ୍ଲାରେ ୩୪ ଗୋଟି ଦେୱାନି ମାମଲା, ୩ ଗୋଟି ଦଫା ଯୋଗ୍ୟ ଫୌଜଦାରୀ ମାମଲା, ୭ ଗୋଟି ଚେକ ବାଉନ୍ସ ମାମଲା, ୪ଗୋଟି ବୈବାହିକ ମାମଲା, ଏବଂ ୭୭ ଗୋଟି ଛୋଟମୋଟ ଅପରାଧ ଜନିତ ମାମଲାର ଫଇସଲା ହୋଇ ଥିଲା । ଉକ୍ତ ଲୋକ ଅଦାଲତରେ ପରିବାର ଅଦାଲତ ଜଜ ପ୍ରଦୀପ କୁମାର ମହନ୍ତ, ସବଜଜ ଅମିତାଭ ପଣ୍ଡା ଓ ପବିତ୍ରାନନ୍ଦ ପ୍ରଧାନ, ଏସଡିଜେଏମ ବବିତା ପାତ୍ର, ଜେଏମଏଫସି ପ୍ରଚେତା ପ୍ରିୟଦର୍ଶିନୀ ମହାପାତ୍ର, ରେଜିଷ୍ଟ୍ରାର ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ମାମଲା ଫିସଲା କରିଥିଲେ । ଶେଷରେ ସଚିବ ରଞ୍ଜୁଲତା ଲେଙ୍କା ଏହାର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।