-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
ଗଂଦିଆ, କପିଳାଶ:(ତାପସ ଦାସ) -ଢେଙ୍କାନାଳ ଗଂଦିଆ ବନାଞ୍ଚଳ ଅଧୀନରେ ଥିବା କପିଳାଶ ଅଭୟାରଣ୍ୟ ଭିତରୁ ଜଙ୍ଗଲଜାତ ଓଷଧୀୟ ଗଛ ଓ ଚେର ଲୁଟ କରିବା ପାଇଁ ଦୁଇଜଣ ଦୁର୍ବୃତ୍ତ ଉକ୍ତ ବନାଞ୍ଚଳ ଭିତରେ ପଶି ସଂଗ୍ରର କରୁଥିଲେ l ଖବର ପାଇ କପିଳାଶ ବନବିଭାଗ କର୍ମଚାରୀ ଅତର୍କିତ ଚଢ଼ାଉ କରି ଦୁର୍ବୃତ୍ତ ଙ୍କୁ କାବୁ କରିବା ସହ ଗାଡିକୁ ଧରିବାରେ ସକ୍ଷମ ହୋଇଛନ୍ତି l
ସୂଚନା ଅନୁଯାଇ, ଅନୁଗୁଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ରାଣିଗୋଡା ଅଞ୍ଚଳ ବାସିନ୍ଦା ମନୋଜ ସିଂହ ଙ୍କ ପୁଅ ଲିପୁନ ସିଂହ ( ୨୨) ଓ ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରନ୍ତଲେଇ ବାସିନ୍ଦା ଶୁକଦେବ ସାହୁଙ୍କ ପୁଅ ସୁବ୍ରତ ସାହୁ(୨୬) ଙ୍କୁ ଧରିବା ସହ ଜଙ୍ଗଲୀ ଓଷଧୀୟ ବୃକ୍ଷ ବୁଲବୋଫିଲମ କ୍ରlସୀ ପେସ (୦.୦୮)କେଜି ଏବଂ ପଥର ଗ୍ରିଦ୍ୱିନ ଓ (ଡ୍ରାଇନାରିଆ କୁରେସି ଫୋଲିଆ) ୯୧.୯.କେଜି ଜବତ ହେବାସହ ଧଳା ରଙ୍ଗର ବୋଲୋର ଓ ଆର୍ ୦୨ ବି ଆର୍ ଆର୍ ୫୦୮୫ ଗାଡିକୁ କପିଳlଶ ଫାଟକ ନିକଟରୁ ଜବତ କରିଛି l ବନ ବିଭାଗ ତରଫରୁ କେଶ ନମ୍ବର ୫୦ କେ /୨୦୨୧-୨୨ ଅନୁଯାଇ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଜଣା ପଡିଛି l