-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Dec-2021
ପାଟଣାଗଡ଼(ପୁର୍ଣ୍ଣ ଶଶୀ ଶେଖର ରାଓ ) ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍ ଖେଳପଡିଆ ଠାରେ ସ୍ପାଟନ କ୍ଲବ୍ ପକ୍ଷରୁ ୧୯ ତମ ଫୁଟବଲ ମ୍ଯାଚ ଅନୁଷ୍ଠିତ ହୋଇଯାଇଛି । ଆଜି ମ୍ୟାଚ ର ଚତୁର୍ଥ ଦିବସ ଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଚୂଳଚନ୍ଦ୍ର ବଛା ଯୋଗଦେଇଥିଲେ ।ସମ୍ମାନିତ ଅତିଥିଭାବେ ପ୍ରଫୁଲ୍ଲ ନାଗ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଖେଳ ଚନ୍ଦ୍ରପୁର୍ ଓ କାନୁଟ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ଯାଚ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଉଭୟ ଦଳ ମଣ୍ଡଳ ଦଳ ୧-୧ ରେ ବରାବର ହେଇଥିଲା । ଫଳରେ ପେନାଲିଟି ର ସହାୟତା ନିଅ ଯାଇ ଥିଲା। ପେନାଲିଟି ରେ ଚନ୍ଦ୍ର ପୁର ବୀଜୟ ହୋଇଥିଲା । ଦ୍ଵିତୀୟ ଖେଳଟି ଚଳକି ବନାମ୍ ଝରଣୀ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ଯାଚ ଅନୁଷ୍ଠିତ ହୋଇ ଥିଲା ହେଲେ ଉଭୟ ଦଳ ୧-୧ ରେ ସ୍ଥିତି ବରାବର ହେଇଥିଲା। ପରେ ପେନାଲଟି ର ସହାୟତା ରେ ୩୵୨ ଝରଣୀ ଗୋଲ ରେ ବିଜୟୀ ହୋଇଥିଲା । ଖେଳ କୁ ଆଶୀର୍ବାଦ ସାହା ପରିଚାଳନା କରିଥିବା ବେଳେ ପ୍ରତାପ ଭୁକ୍ତା ଓ ଅଶ୍ୱନୀ ଭୁକ୍ତା ଲାଇନ ରେ ସହଯୋଗ କରିଥିବା ଓ ଗୋଲାପ କୁମାର ବିଶ୍ଵାଳ ଧାରା ବିବରଣୀ ପ୍ରଦାନ କରିଥିଲେ। ।