-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Dec-2021
ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ସି ଆର୍ ପି ଏଫ୍ ବାଟାଲିୟନ ୧୮୯ ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ସି ଆର ପି ଏଫ୍ ଆସିଷ୍ଟାଣ୍ଡ କମାଣ୍ଡର ପବନ କୁମାର ତିୱାରି ଏବଂ ଲକ୍ଷ ବିନ୍ଦର ସିଂହ କାର୍ଯ୍ୟକ୍ରମରେ ଯୋଗ ଦେଇ ଯବାନ ମାନଙ୍କୁ ଉତ୍ସାହିତ କରିବା ସହିତ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କ ରେ ଆଲୋକପାତ କରିଥିଲେ । ଅସାମାଜିକ ତତ୍ତ୍ୱ ଉପରେ ରୋକ୍ ଲଗାଇବା ଏବଂ ବିଭିନ୍ନ ନକ୍ସଲ ଗିତିବିଧିକୁ
ମୂଳପୋଛ କରିବା ପାଇଁ ସି ଆର ପି ଏଫ୍ ୧୮୯ ବାଟାଲିୟନ ପ୍ରତିଶ୍ରୁତିବଦ୍ଧ ବୋଲି ସେମାନେ ନିଜର ବକ୍ତବ୍ୟରେ କହିଥିଲେ । ଆମେ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହିତ ଆଗମୀ ପିଢ଼ି ପାଇଁ ସ୍ୱଚ୍ଛତା କୁ ଗୁରୁତ୍ଵ ଦେବାକୁ ପଡ଼ିବ।ଏହି କାର୍ଯ୍ୟକ୍ରମରେ ସି ଆର ପି ଏଫ୍ ଦ୍ୱାରା ହରିଶଙ୍କର ମନ୍ଦିରର ଚାରିପଟେ ଆବର୍ଜନା ସଫା କରିବା ସହିତ ମନ୍ଦିର ଭିତରେ ମଧ୍ୟ ସଫେଇ କରାଯାଇଥିଲା lସି ଆର ପି ଏଫ୍ ର ଏହି କାର୍ଯ୍ୟକୁ ବଲାଙ୍ଗୀର ଜିଲ୍ଲାରେ ସବୁ ମହଲରେ ପ୍ରଶଂସା କରାଯାଇଛି ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)