-+91-9937148622 |

prerana_bgr@rediffmail.com |

  Wednesday 29th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୋସେବା ଶିବିର   (29-Apr-2026)       ||      ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ    (29-Apr-2026)       ||      କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   (28-Apr-2026)       ||      ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   (28-Apr-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ    (28-Apr-2026)       ||      *ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   (28-Apr-2026)       ||      ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      (28-Apr-2026)       ||      ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   (28-Apr-2026)       ||      Qwert   (28-Apr-2026)       ||      Jk   (28-Apr-2026)       ||      କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||      *ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   (28-Apr-2026)       ||      ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||     

HOME   ଜିଲ୍ଲା

ଗରିବ ଭୂମିହୀନଙ୍କୁ ଜମି ଓ ଘର ଦାବୀରେ ଆନ୍ଦେଳନକୁ ଓହ୍ଲାଇଲା କଂଗ୍ରେସ- ପ୍ରଥମେ ଜମି ଓ ଘର ଦିଅ ପରେ ବିସ୍ଥାପନ କର - ଜିଲ୍ଲା ସଭାପତି

03-Dec-2021



ବଲାଙ୍ଗିର,(ପ୍ରେରଣା ଖବର) ସମ୍ବିଧାନ ଆମକୁ ଜିବନ ଜିଇଁବାର ଅଧିକାର ଦେଇଛି । ଜୀବନ ଜିଇଁବା ପାଇଁ ରୋଜଗାର ଦରକାର । ସହରକୁ ରୋଜଗାର କରିବା ପାଇଁ ବାସଗୃହ ନିହାତି ଆବଶ୍ୟକ । ଗାଁ ଗହଳିରୁ ଗରିବ ଭୂମିହୀନମାନେ ପେଟପାଟଣା ପାଇଁ ଆସି ସହରରେ ଖାଲିଥିବା ସରକାରୀ ଜମିରେ ଘର କରି ରହୁଛନ୍ତି । ସରକାର ର କର୍ତ୍ତବ୍ୟ ସେମାନଙ୍କୁ ରୋଜଗାର କରିବା ପାଇଁ ସୁଯୋଗ ଦେବା ଏବଂ ତାଙ୍କର ମୌଳିକ ଅଧିକାରର ସୁରକ୍ଷା କରିବା କିନ୍ତୁ ତାହା କରିବା ପରିବର୍ତ୍ତେ ଏହି ଗରିବ ବିରୋଧି ସରକାର ସେମାନଙ୍କୁ ବେଘର କରୁଛି । ଆଇନରେ ଅଛି ସେମାନଙ୍କୁ ଜମି ଓ ଘର ଯୋଗାଇ ଦେବା କିନ୍ତୁ ଦିର୍ଘ ୫ମ ପାଳିରେ ଥିବା ବିଜେଡି ସରକାର ସଂଖ୍ୟା ଗରିଷ୍ଠତାରେ ମଦମତ୍ତ ହୋଇ ଗରିବଙ୍କୁ ଘର ଓ ଜମି ଦେବା ପରିବର୍ତ୍ତେ ସେମାନେ ମୁଣ୍ଡଗୁଞ୍ଜି ଥିବା ସରକାରୀ ଜାଗାରେ ତାଙ୍କ ଘର ଭାଙ୍ଗି ରାସ୍ତାର ଭିକାରୀ କରିବାରେ ଲାଗିଛି । ଏଥିରୁ ଯଦି ସରକାର ଓ ଜିଲ୍ଲା ପ୍ରଶାସନ ବିରତ ନ ରହନ୍ତି ତେବେ କଂଗ୍ରେସ ଦଳ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ବିରୁଦ୍ଧରେ ବିରାଟ ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଭାପତି ଦିଲିପ କୁମାର ବେହେରା ନିଜ ବକ୍ତବ୍ୟରେ ଚେତାବନୀ ଦେଇଛନ୍ତି । ନଗର ସଭାପତି ବୁଲୁ ଦାନୀ ଆବହକତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ସଭାପତି ଶ୍ରୀ ବେହେରା ଏହା ମଧ୍ୟ କହିଛନ୍ତି ଯେ ବିଜୁ ଜନତା ଦଳ ସରକାରରେ ଅଛି ସେମାନେ ପ୍ରଶାସନକୁ ଯାହା କହୁଛନ୍ତି ପ୍ରଶାସନ ତାହା କରୁଛି । ଲୋକେ ବୁଝିଯିବା ଦରକାର ଯେ ଏ ସରକାର ଗରିବ, ଖଟିଖିଆ, ଭୂମିହୀନମାନଙ୍କର ସରକାର ନୁହେଁ । ସରକାର ସବୁବେଳେ ଜିଲ୍ଲା ପ୍ରଶାସନକୁ ଲଗାଇ ଗରିବଙ୍କ ଘର ଭାଙ୍ଗିବାରେ ଲାଗିଛି । କିନ୍ତୁ ହାସ୍ୟାସ୍ପଦ ଘଟଣା ଏହି ଯେ ଏଠାରେ ସ୍ଥାନୀୟ ରାଜପରିବାରର ନେତୃତ୍ୱରେ ଥିବା ବିଜୁ ଜନତା ଦଳର ଲୋକେ ଲୋକଙ୍କୁ ଭୁଆଁ ବୁଲେଇ ଭୂମିହୀନଙ୍କ ପାଇଁ ଆନ୍ଦୋଳନ କରିବାର କୁମ୍ଭର କାନ୍ଦଣା କାନ୍ଦୁଛନ୍ତି । ଅଭିଭକ୍ତ ବଲାଙ୍ଗିର ଜିଲ୍ଲାର ଅନେକ ନେତା ଯଥା ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୁଝାରୀ, ଏପରି କି ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଶୁଶାନ୍ତ ସିଂହ ସରକାରଙ୍କ ଏହି ଗରିବଙ୍କ ଘରଭଙ୍ଗା ନିତି ବିରୁଦ୍ଧରେ ମୁହଁ ଖୋଲୁନାହାନ୍ତି କାହିଁକି ବୋଲି ଜିଲ୍ଲା ସଭାପତି ଶ୍ରୀ ବେହେରା ସେମାନଙ୍କୁ ତିବ୍ର ସମାଲୋଚନା କରି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଓ ବଲାଙ୍ଗିରରେ ସରକାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ବିଭିନ୍ନ ଉନ୍ନୟନମୂଳକ ଯୋଜନା ନାଁ ନେଇ ଗରିବ ଭୂମିହୀନଙ୍କୁ ଘର ଭାଙ୍ଗିର ବାସହରା କରୁଛନ୍ତି । ସେମାନେ ଜାଣିବା ଦରକାର କରୋନା ଯୋଗୁଁ ଲୋକେ ଆର୍ଥିକ ସ୍ତରରେ ଅନେକ କ୍ଷତି ସହିଛନ୍ତି । ଏପର୍ଯ୍ୟନ୍ତ କରୋନା ମହାମାରି ସମ୍ପୁର୍ଣ୍ଣ ଭାବରେ ଅପସରିଯାଇନାହିଁ ।

ଓଲଟା ତୃତୀୟ ଲହର ଆଶଙ୍କା ଦେଖାଦେଲାଣି ତେଣୁ ଏପରି ସମୟରେ ନବୀନ ସରକାର ଏବଂ ଜିଲ୍ଲା ପ୍ରଶାସନର ମାନବିକତାହୀନ ଘର ଭଙ୍ଗା ଅଭିଯାନକୁ ଆନ୍ଦୋଳନରେ ଉପସ୍ଥିତ ଥିବା ନେତୃତ୍ୱ ଯଥା ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା,  ଉପ-ସଭାପତି ମନୀଷ ମିଶ୍ର, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଉପ-ସଭାପତି ସନ୍ତକ ବହିଦାର, ଅଜୟ ବାଲି, ସାନନ୍ଦ ମିଶ୍ର, ଆରତିପ୍ରୀତି ନାଗ, ମିରା ମଣ୍ଡଳ, ସଏନା ବେଗମ,  ଅନିତା ସେଠ, ଟୁଲୁ ସେନ, ପ୍ରେମ ପ୍ରକାଶ ମିଶ୍ର, ବ୍ୟାସଦେବ ନନ୍ଦ, ଚଗଲା ପରିଚ୍ଛା, କୁଳ ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ କଟୁ ସମାଲୋଚନା କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଭୂମିହୀନମାନଙ୍କୁ ପ୍ରଥମେ ଜମି ଓ ଘର ଦିଆଯାଉ ଏବଂ ପରେ ବିସ୍ଥାପନ କରାଯାଉ ଦାବି ଥିବା ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ଦଳ ତରଫରୁ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଗରିବଙ୍କ ଘରଭଙ୍ଗା ନିଷ୍ପତ୍ତି ସରକାର ଏବଂ ଜିଲ୍ଲା ପ୍ରଶାସନର ହୋଇଥିବା ସ୍ଥଳେ ଖୁଦ୍ ସରକାରୀ ଦଳର ନେତୃତ୍ୱମାନେ ସାଧାରଣ ଲୋକଙ୍କ ଭୁଆଁ ବୁଲାଇବା ପାଇଁ ସରକାରଙ୍କ ବିରୁଦ୍ଧରେ ଆଜି ଆନ୍ଦୋଳନ କରୁଥିବା ଦେଖାଯାଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୋସେବା ଶିବିର   29-Apr-2026
  ଜିଲ୍ଲା  
ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ   29-Apr-2026
  ରାଜ୍ୟ  
କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   28-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   28-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ   28-Apr-2026
  ଜିଲ୍ଲା  
*ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   28-Apr-2026
  ଜିଲ୍ଲା  
ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      28-Apr-2026
  ଜିଲ୍ଲା  
ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   28-Apr-2026
Qwert   28-Apr-2026
Jk   28-Apr-2026
  ଜିଲ୍ଲା  
କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼   28-Apr-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   28-Apr-2026

You Might Also Like