-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
ବଲାଙ୍ଗିର - ବଲାଙ୍ଗିର ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଇନ୍ଦିରାନଗର ପଡାବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାସ୍ତାରୋକ କରିଥିଲେ lଏଥିସହ ପୌର କାର୍ଯ୍ୟାଳୟ ମଧ୍ୟ ଦୀର୍ଘ ସମୟ ଧରି ଘେରାଉ କରିଥିଲେ ।
ବହୁ ସଂଖ୍ୟାରେ ମହିଳା ପୁରୁଷ ଏକାଠି ହୋଇ ଉଚ୍ଛେଦକୁ ବିରୋଧ କରି ପ୍ରଥମେ ପୌର କାର୍ଯ୍ୟାଳୟ ଘେରାଉ କରିଥିଲେ । ସେଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ । ଏହାପରେ କଚେରୀ ଛକର ସମସ୍ତ ରାସ୍ତାକୁ ଅବରୋଧ କରି ବସିଥିଲେ ଵହୁ ସମୟ ଧରି ଗାଡି ମୋଟର ଚଳାଚଳ ବନ୍ଦ ହୋଇଥିଲା ।
ପ୍ରକାଶ ଥାଉକି, ପଡା ଉଚ୍ଛେଦ ପାଇଁ ପ୍ରଶାସନ ତରଫରୁ ନୋଟିସ ଦେଇସାରିଛି । ଏଥିସହ ଯେଉଁମାନେ ସରକାରୀ ଚାକିରିଆ, ଅବସର ଚାକିରିଆ ଏବଂ ଯେଉଁମାନଙ୍କ ବାର୍ଷିକ ଆୟ ୬୦ ହଜାରରୁ ଅଧିକ ହୋଇଥିବ ସେମାନଙ୍କ ଜମି ଅଧିକାର ପ୍ରମାଣ ପତ୍ରକୁ ମଧ୍ୟ ରଦ୍ଦ କରାଯାଇଥିବା ନୋଟିସ ରେ ପ୍ରକାଶ ପାଇଛି ।ଦେଖି ଵାର ଵାକି ରହିଲା ସହର ଉନ୍ନତି କରଣ ନାମରେ କି ପ୍ରକାର ପଦକ୍ଷେପ ଗ୍ରହଣ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଵସ୍ତିଵାସିନ୍ଦା ମାନଙ୍କୁ ଆଗାମୀ ଦିନରେ ଥାଇଥାନ କରି ନ୍ୟାୟ ଦେଵା ରେ ସଫଳ ନା ବିଫଳ ହେଉଛି l
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)