-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
04-Dec-2021
ପଦ୍ମପୁର/ସୋହେଲା:- ୫-ଟି ଜରିଆରେ ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ ଜିଲ୍ଲା ଅନ୍ତର୍ଗତ ସୋହେଲା ବ୍ଲକ ରେ ଥିବା ୮ଗୋଟି ହାଇସ୍କୁଲକୁ ସାମିଲ କରାଯାଇଛି । ଉକ୍ତ ହାଇସ୍କୁଲ ଗୁଡିକ ହେଲା ସୋହେଲା ଗାର୍ଲସ ହାଇସ୍କୁଲ, ପାଣିମୋରା ହାଇସ୍କୁଲ, କନାପାଲି ହାଇସ୍କୁଲ, କରନଡୋଲା ହାଇସ୍କୁଲ, ସାଲେପାଲି ହାଇସ୍କୁଲ, ଘେଁସ ରେ ଥିବା ହାଇସ୍କୁଲ, ଛୁରିଆପାଲି ଓ ପେଟୁପାଲି ରେ ଥିବା ହାଇସ୍କୁଲ । ସମସ୍ତ ହାଇସ୍କୁଲ କୁ ୬୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ସୂଚନା ପ୍ରଦାନ କରିଛନ୍ତି । ଅତିଶିଘ୍ର କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାମ ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ସୋହେଲା ବ୍ଲକରେ କୁଚିପାଲି, ଲେବିଡ଼ି ଓ ସୋହେଲା ହାଇସ୍କୁଲରେ ଏହି ରୂପାନ୍ତରିକରଣ ହୋଇଥିଲା । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରଚୁଆଲ ମାଧ୍ୟମରେ ଏହାର ଉଦଘାଟନ ମଧ୍ୟ କରିଥିଲେ ।