-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
ବଲାଙ୍ଗିର/ଆଗଲପୁର (ପୂର୍ଣ୍ଣ ଶଶୀ ଶେଖର ରାଓ):: ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡକା)ଠାରେ ସକରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ସକାଶେ ବ୍ଳକ ସ୍ତରୀୟ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ସୂଚନା ଅନୁଯାୟୀ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରାଙ୍କ ତତ୍ବାବଧାନରେ ଏବିଇଓ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଯୁକ୍ତ ପ୍ରଭାତ
କୁମାର ପାତ୍ର ଯୋଗଦେଇଥିବା ବେଳେ ଏବିଇଓ ଆଦିତ୍ୟ ବନଛୋର ସମ୍ମାନିତ ଅତିଥି ଭାବେଯୋଗଦାନ କରିଥିଲେ।ସି, ଆର୍,ସି,ସି ଶୁଶାନ୍ତ ନନ୍ଦ ମଞ୍ଚ ପରିଚାଳନା କରୁଥିଲେ। ଏହି କାର୍ଯ୍ୟକ୍ରମ ରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଡ୍ରଇଂ, ଗୀତ,ତର୍କ,
ଓ ମ୍ୟୁଜିକଚେୟାର ପ୍ରତିଯୋଗିତା ହୋଇଥିଲା ଓ ଉତ୍ତିର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଶ୍ରୀ ଯୁକ୍ତ ନବକିଶୋର ସାମଲ ବି ଆର୍ ଟି ଓ ଏବଂ ଅମ୍ବରିଶ ପଟେଲ ବି ଆର୍ ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟ ରେ ବ୍ଳକ ର ସମସ୍ତ ସି ଆର ସି ସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ ସହଯୋଗ କରିଥିବା ଜଣାପଡିଛି।