-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
03-Dec-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ପକ୍ଷରୁ ଜିଲ୍ଲାର ବିନିକା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ ସଭା ଗୃହ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି l ଏହି ଦିବସ ଅବସରରେ ୨୨ ଜଣ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ l ବିନିକା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଂଶୁମାଳିନୀ ପଣ୍ଡା ଭିନ୍ନକ୍ଷମ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ର ସମାଧାନ ପାଇଁ ପ୍ରତିଟି ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସବୁ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ l ବିନିକା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ପଣ୍ଡା ଯୋଗଦେଇ ସମସ୍ତ ଙ୍କୁ ଆବଶ୍ୟକୀୟ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ସୋନପୁର ଲେପ୍ରା ସୋସାଇଟି ର କ୍ଷେତ୍ର କୋର୍ଡିନେଟର ନୃସିଂହ ମିଶ୍ର ଯୋଗଦେଇ ସମସ୍ତ ଭିନ୍ନକ୍ଷମ ଙ୍କୁ ଲେପ୍ରା ସୋସାଇଟି ତରଫରୁ ନିଶ୍ଳୁକ ରେ ଜୋତା ଯୋଗାଇ ଦେଇଥିଲେ l ସମସ୍ତ ୨୨ ଜଣ ଭିନ୍ନକ୍ଷମ ସମ୍ପୂର୍ଣ ଆରୋଗ୍ୟ ତେଣୁ ସେମାନେ ସମାଜରେ ତାଙ୍କର ଅଧିକାର ପାଇବାକୁ ହକଦାର l ଏହି ଦିବସରେ ସମସ୍ତ ଭିନ୍ନକ୍ଷମ ନିଜର ସାମାଜିକ, ଆର୍ଥିକ ଓ ସ୍ୱାସ୍ଥ୍ୟ ଗତ ସମସ୍ୟାକୁ ସାମ୍ନା କରିବାକୁ ଉପସ୍ଥିତ ଅତିଥି ପରାମର୍ଶ ଦେଇଥିଲେ l