-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ମାଟିର ଗୌରବ ତଥା ଶଲାବୁଢ଼ା ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଆଜି ଡିସେମ୍ବର ୧ତାରିଖ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ଏନଏସି କମ୍ୟୁନିଟି ସେଣ୍ଟର ଠାରେ ବିନିକା ପାପକ୍ଷୟ ଲୋକ ମହୋତ୍ସବ କମିଟି ପକ୍ଷରୁ ଅଟଳ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୂଖ୍ୟଅତିଥି,ପ୍ରକଳ୍ପ ଅଧିକାରୀ ଡୋଲାମଣି ପଟେଲ ମୁଖ୍ୟବକ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ,ସରକାରୀ ଓକିଲ
ସୁଧାଂଶୁ ଶେଖର ଦାଶ,ଅନୁଷ୍ଠାନ ସଭାପତି ଧର୍ମରାଜ ପଣ୍ଡା,ଓଡ଼ିଶା ନାଟକ ଏକାଡେମୀ ସଦସ୍ୟ ଶାଶ୍ଵତ କୁମାର ତ୍ରିପାଠୀ,ବରିଷ୍ଠ ସଦସ୍ୟ ଭୀମସେନ ସାହୁ,ସମ୍ପାଦକ ସମୀର ରଞ୍ଜନ ପଣ୍ଡା, ଉସତ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କମିଟି ସଦସ୍ୟ ତଥା ଶିକ୍ଷକ ହିମାଂଶୁ
ଭୁଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।ଏହି ଅବସରରେ ସେହି ଅଟଳ ବିହାରୀ ପଣ୍ଡା ଆମର ଶଲାବୁଢ଼ା ନାମକ ଏକ ଗୀତ ଟ୍ରିବ୍ୟୁଟ କରାଯାଇଥିଲା ।ଏଥିରେ କବି ଦ୍ଵିତିକୃଷ୍ଣ ପଣ୍ଡାଙ୍କ ସମେତ ବହୁ କବି କବିତା ପଠନ କରିଥିବା ବେଳେ ପ୍ରତିତୀ ମିଶ୍ର,ନିରାକାର ଦେହେରି କଣ୍ଠଦାନ କରିଥିଲେ। ପରେ ସୁବର୍ଣ୍ଣପୁର ରୁମକୁଝୁମାନା ତରଫରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।କାର୍ଯ୍ୟକ୍ରମରେ ବହୁ ଅଟଳ ପ୍ରେମୀ ଯୋଗଦେଇଥିଲେ ।