-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Nov-2020
କଟକ, (ପ୍ରେରଣା ଖବର) - ମହାନଦୀ ଟ୍ରିବ୍ୟୁନାଲ୍ରେ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଶୁଣାଣିରେ ମୁଖ୍ୟତଃ ଦୁଇଟି ଦାବି ରଖିଥିଲା ଓଡ଼ିଶା। ଅଣମୌସୁମୀ ସମୟରେ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବାରମ୍ବାର ବୈଠକ ବିଫଳ ହୋଇଛି। ଉଭୟ ପକ୍ଷ ମଧ୍ୟରେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ। ତେଣୁ ଡିସେମ୍ବରରେ କୌଣସି ଏକ ତାରିଖରେ ମାମଲାର ଚୂଡାନ୍ତ ଶୁଣାଣି କରି ଉଭୟ ପକ୍ଷଙ୍କ ଦାବି ଅନୁସାରେ ରାୟ ଦେବାକୁ ଓଡ଼ିଶା ଦାବି କରିଛି!! ମହାନଦୀ ଜଳ ବିବାଦ ମାମଲାରେ ପକ୍ଷଭୁକ୍ତ ରାଜ୍ୟଙ୍କ ମଧ୍ୟରେ ନଥିପତ୍ର ଆଦାନପ୍ରଦାନ ପାଇଁ କମନ ଇନଫମେସନ ଫର୍ମାଟ ଚୂଡାନ୍ତ ହୋଇଥିବା ବେଳେ ଓଡ଼ିଶା ଏଥିରେ ଛତିଶଗଡ଼ ଦ୍ୱାରା ହୋଇଥିବା ବ୍ୟାରେଜ ତଥ୍ୟ ରଖିବାକୁ ଦାବି କରିଛି। ଅନ୍ୟପଟେ ଛତିଶଗଡ଼ କେତେ ବ୍ୟାରେଜ କରିଛି???? ଏହାର ଉଚ୍ଚତା ଓ କ୍ଷମତା କେତେ ଭଳି ସବିଶେଷ ତଥ୍ୟ ଆସେସରଙ୍କୁ ନଦେଲେ ଓଡ଼ିଶା ଆବେଦନ କରିପାରିବ ବୋଲି ଟ୍ରିବ୍ୟୁନାଲ୍ କହିଛନ୍ତି। ଏହା ସହ ମୂଳ ଆବେଦନର ଶୁଣାଣି ସମୟ ନିର୍ଦ୍ଧାରଣ ପାଇଁ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଆସନ୍ତା ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ!!*