-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
07-Nov-2020
ବୌଦ୍ଧ,(ମନୋରଞ୍ଜନ ମିଶ୍ର) - ବୌଦ୍ଧ ଜିଲ୍ଲା ପେନାଯୋର ସଂରକ୍ଷିତ ଜଙ୍ଗଲ ଭିତରୁ ୯୨ଏକର ଜମିରେ ଗଞ୍ଜେଇ ଚାଷ କରିଛି ପୋଲିସ । ଜଙ୍ଗଲ ଭିତରେ କଣ୍ଟାମାଲ ଅଞ୍ଚଳରେ ଏହି ବେଆଇନ ଗଞ୍ଜେଇ ଚାଷ କରାଯାଇଥିଲା । ଗଞ୍ଜେଇ ଚାଷ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ ସାଲେଷ୍ଟିନ ଟିଗାଙ୍କ ନେତୃତ୍ୱରେ ପୋଲିସ, ଜଙ୍ଗଲ ବିøାଭା, ରାଜସ୍ୱ ବିଭାଗର ଏକ ମିଳିତ ସ୍ୱତନ୍ତ୍ର ଟିମ୍ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲେ । ୯୨ ଏକର ଜଙ୍ଗଲ ଜମିରେ ମୋଟ ୧୯,୪ଠଠ ଗଞ୍ଜେଇ ଚାଷ କରାଯାଇଥିଲା । ପୋଲିସ ଟିମ୍ ସମସ୍ତ ଗଞ୍ଜେ ଗଛ କାଟି ପୋତି ନଷ୍ଟ କରି ଦେଇଥିଲା । ତେବେ ଚଢ଼ଉ ବେଳେ ପୋଲିସ ଆସିବା ଜାଣି ଉକ୍ତ ଜମିରେ କା୍ର୍୍ୟ କରୁଥିବା କିଛି ଲୋକ ଖସି ପଳାଇ ଥିବା ଶ୍ରୀ ଟିଗା ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୨ଠଲକ୍ଷରୁ ଅଧିକ ହେବ । ଆଗାମୀ ଦିନରେ ଏହି ଗଞ୍ଜେଇ ଗଛ କଟା ଅଭିଯାନକୁ ଯୋରଦାର କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।