-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ଭୁବନେଶ୍ୱର, (ଅମୃତ କୁମାର ନନ୍ଦ): ଓଡ଼ିଶାରେ କୋରୋନା ସ୍ଥିତି ପରେ, ଧିରେ ଧିରେ ମ୍ୟୁଜିକ୍ ଭିଡିଓକୁ ଗୁରୁତ୍ବ ମିଳୁଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି ଅଭିନେତା ସୁଜିତ୍ ଓ ଚଳଚ୍ଚିତ୍ର ଅଭିନେତ୍ରୀ ସୁସ୍ମିତା ପ୍ରଧାନଙ୍କ ବ୍ୟୟ ବହୁଳ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’ । ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସୁଜିତ୍ ପାଇକରାୟ ଓ କଟକ ୱେଡ୍ସ ସମ୍ବଲପୁରର ଅଭିନେତ୍ରୀ ସୁସ୍ମିତା ପ୍ରଧାନଙ୍କ ପ୍ରଥମ ଆଧୁନିକ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’ ସୁଦୂର ଲେହ-ଲଦାଖରେ ସୁଟିଂ କରାଯାଇଛି ।
ଜିତ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟ ବହୁଳ ମ୍ୟୁଜିକ ଭିଡିଓ ନଭେମ୍ବର ୨୮ରେ ୟୁଟ୍ୟୁବ୍ ମାଧ୍ୟମରେ ରିଲିଜ୍ ହୋଇ ଦର୍ଶକ ମାନଙ୍କ ଦ୍ବାରା ବେଶ୍ ପ୍ରଶଂସିତ ହୋଇପାରିଛି । ପ୍ରଭାତ ମାର୍ଥା ପ୍ରଥମ ଥର ପାଇଁ ମ୍ୟୁଜିକ୍ ଭିଡିଓର ପ୍ରଯୋଜନା କରିଛନ୍ତି । ଆଗରୁ ଗୁପଚୁପ୍ ଓ ତାଣ୍ଡବ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ପୃଥ୍ବୀରାଜ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି
ସୋମେଶ ଶତପଥୀ । ମ୍ୟୁଜିକ ଭିଡିଓରେ କଣ୍ଠଦାନ କରିଛନ୍ତି ସ୍ବୟଂ ପ୍ରକାଶ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତୀ । କ୍ୟାମେରା ପରିଚାଳନା ଅକ୍ଷୟ କୁମାର ନାୟକ କରିଥିବା ବେଳେ ସଂପାଦନା କରିଛନ୍ତି ମାନସ ସାହୁ । ଗୀତ ରଚନାରେ ରାକେଶ ଦାସ ଥିବା ବେଳେ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ ।