-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ସୋନପୁର,ବିନିକା(ଆର୍ତ୍ତତ୍ରାଣ ଖୁର୍ଡିଆ/ହିଂମାଶୁ ଶେଖର ପୁଟେଲ): ସୋନପୁର ଜିଲ୍ଲା ବିନିକାର ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପୁଣ୍ୟପୀଠ ପାପକ୍ଷୟ ଠାରେ ଗତ କାଲି ଜିଲ୍ଲାସ୍ତରୀୟ ଯୁବ କୋଶଲିଆ ମାଳି ସମାଜର ଏକ ସାଧାରଣ ବୈଠକ ଜିଲ୍ଲା ଯୁବ ସଭାପତି ବିଦ୍ୟାଧର ଖୁର୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ବୈଠକରେ ସମ୍ପାଦକ ବାସୁଦେବ ପୁଟେଲ ଵୈଠକର ଉଦ୍ଦେଶ୍ୟ ଉପରେ ସୂଚନା ପ୍ରଦାନ କରିବା ସହ ସଭାପତିତ୍ୱ କରିଥିଲେ।ଅନୁଷ୍ଠିତ ବୈଠକରେ ଶିକ୍ଷା,ସ୍ୱାସ୍ଥ୍ଯ,ସଂସ୍କାର,ସଂଶୋଧନ,ସମାନତା,ସଶକ୍ତିକରଣ,ସଞ୍ଚାର,ରକ୍ତଦାନ,ନବ ପ୍ରତିଭାମାନଙ୍କୁ ଉତ୍ସାହିତ ଇତ୍ୟାଦି ତଥା ଅନ୍ଯାନ୍ଯ ବିଷୟ ଉପରେ ଆଲୋଚନା ହୋଇଥିଲା। ବୈଠକରେ ସଭାପତି ବିଦ୍ୟାଧର ଖୁର୍ଡିଆ,ସହ ସଭାପତି ଜଗବନ୍ଧୁ ପାଣ୍ତେ,କାର୍ତ୍ତିକ ମଣ୍ତା,ସମ୍ପାଦକ ବାସୁଦେବ ପୁଟେଲ,ସହ ସମ୍ପାଦକ ସତ୍ୟବ୍ରତ ଚୌଧୁରୀ,କୋଷାଧ୍ୟକ୍ଷ ରଞ୍ଜନ ନାଏକ,ପତ୍ର ବାହକ ପଦ୍ମନାଭ ଗୁଦୁରିଆ,ଉପଦେଷ୍ଟା ସତ୍ଯନାରାୟଣ ବାରଖୁଣ୍ଟିଆ,ବିରଞ୍ଜି ପୁଟେଲ,ଲକ୍ଷ୍ମଣ ପୁଟେଲ ଏବଂ ଜିଲ୍ଲା ଯୁବ କମିଟୀ ସଦସ୍ଯ ବିକ୍ରମ ପୁଟେଲ,କୈଳାସ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର,ଉଲୁଣ୍ଡା,
ସୋନପୁର,ତରଭା,ଡୁଙ୍ଗୁରିପାଲି,ବିନିକା ପ୍ରଭୃତି ସ୍ଥାନରୁ ବହୁ ଯୁବ ଜାତି ଭାଇ ଉପସ୍ଥିତ ରହି ସମାଜର ହିତ ତଥା ବିକାଶ ନିମିତ୍ତ ସୁଚିନ୍ତିତ ବହୁମୁଲ୍ଯ ମତ ଉପସ୍ଥାପିତ କରିଥିଲେ।ସଭା ଶେଷରେ ସମ୍ପାଦକ ବାସୁଦେବ ପୁଟେଲ କୋଶଳିଆ ମାଲି ସମାଜର ବିକାଶ ନିମନ୍ତେ ଶପଥ ପାଠ କରାଇଥିବା ବେଳେ ସହ ସମ୍ପାଦକ ସତ୍ଯବ୍ରତ ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।ସଭା ଭଙ୍ଗ ହେବା ପରେ ପ୍ରାୟ ଶତାଧିକ ମାଳି ସମାଜର ଯୁବ ଭାଇ ଏକତ୍ରିତ ପ୍ରିତୀଭୋଜନ କରିଥିଲେ l