-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ପଦ୍ମପୁର:-ଗୋଟିଏ ପଟେ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରିକରଣ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ଆଜିବି କେତେକ ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଯାହାର ଦାୟିତ୍ୱ ନେବା ସତେ ଯେମିତି ସରକାର ଭୁଲିଯାଇଛନ୍ତି l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ବହୁଚର୍ଚିତ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାତବନ୍ଧ ଗ୍ରାମରେ lସାତବନ୍ଧ ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ନ ଥିବାରୁ ଛାତ୍ରଛାତ୍ରୀ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟରେ ୪୮
ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି l ବାଳକ ମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନ ଥିବାରୁ ପିଲାମାନେ ବାହାରକୁ ଝାଡ଼ା, ପରିଶ୍ରା ପାଇଁ ବାହାରକୁ ଯାଇଥାନ୍ତି, ଯାହାକି ବିପଦଜନକ ଅଟେ l ୫ ଟି ଶ୍ରେଣୀ ପାଇଁ ବର୍ତ୍ତମାନ ଗୋଟିଏ ଶ୍ରେଣୀ ଅଛି ଦୁଇଟି ଶ୍ରେଣୀ କୋଠରୀ ନିର୍ମାଣ ଚାଲିଛି l ଏଥିପ୍ରତି ରାଜ୍ୟ ସରକାର ବ୍ୟବସ୍ଥା କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ସାତବନ୍ଧ ଗ୍ରାମବାସୀ ଦାବୀ କରନ୍ତି