-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) ::-ବର୍ଷା ଅଭାଵ ରୁ ଚଳିତ ଖରିପ ରେ ଧାନ ଚାଷ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇସାରିଛି।ଧାନ ଫସଲର ପ୍ରାକୃତିକ ଦୁର୍ବିପାକ ରେ କ୍ଷତି ହେଲେ ତାର କ୍ଷତି ପୂରଣ ପାଇବା ପାଇଁ ସରକାରଙ୍କ ନିୟମ ଅନୁସାରେ ଚାଷୀ ମାନେ ବିଭିନ୍ନ ସମବାୟ ସମିତି ଏବଂ ଜନସେବା କେନ୍ଦ୍ର ଠାରେ ବୀମା ରାଶି ପଇଠ କରି ପଞ୍ଜିକରଣ କରିଛନ୍ତି।ହେଲେ
ବର୍ତ୍ତମାନ ବୀମା କମ୍ପାନୀ ବୋଝ ଉପରେ ନଳିତା ବିଡା ସଦୃଶ ବୀମା ପଞ୍ଜିକରଣ କୁ ବିନା କୋଣସୀ କାରଣ ଦର୍ଶାଇ ବାତିଲ କରି ଦେଇଛି।ଯାହା କି ବୀମା କମ୍ପାନୀ ଙ୍କ ଚାଷୀ ଉପରେ ଜାଣି ଶୁଣି କି ଭୁଆଁ ବୁଲାଉଛି।ଏ ସମସ୍ୟା ନେଇ କି ଆଜି
ପାଇକମାଲ ବ୍ଲକ ବୁକୁରାମୁଣ୍ଡା ପଞ୍ଚାୟତ ର ଶତାଧିକ ପୁରୁଷ ଓ ମହିଳା ଚାଷୀ ଆସି ବ୍ୟକ୍ତିଗତ ଭାବରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି l ଏହା ସହ ସେମାନଙ୍କର ବୀମା ରାଶି ପଞ୍ଜିକରଣ କୁ ବଳବତ୍ତର ରଖା ନ ଯାଏଁ ତେବେ ଆଗାମୀ ଦିନରେ ଚାଷୀ ମାନେ ଭୟାଭୟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।