-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ନର୍ଲା (ସଞ୍ଜୀବ ଦାସ) ସକାଳ ଖବର କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧିନ ଭଟାଖମାର ଗ୍ରାମ ନିକଟରେ ପ୍ରବାହିତ ସାନ୍ଦୁଲ୍ ନଦୀ ପାର୍ଶ୍ୱରେ ନବ ନିର୍ମିତ ପମ୍ପ ହାଉସ୍ ବାହାରେ ଏକ ପଚାଶବ ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ଏହି ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ପରେ ଏବାବଦରେ ନର୍ଲା ପୁଲିସକୁ ଖବର ଦେବାପରେ ନର୍ଲା ଥାନା ଅଧିକାରୀ ରେଣୁକା ସୂନାଙ୍କ ସମେତ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହି ସମୟରେ ଭଟାଖମାର ଗ୍ରାମର ଜିତେନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଏହା ମୋର ବାପା ଶଙ୍କର ସାହୁ ୫୫ ବର୍ଷ ଙ୍କ ଶବ ବୋଲି କହି ଘଟଣାସ୍ଥଳରେ ପୁଲିସକୁ କହିବା ସହ ବାପାଙ୍କ ମଷ୍ତିଷ୍କ ବିକୃତି ଥିଲା ଓ ପ୍ରାୟ ୧୫ ଦିନ ହେଲା ନିଖୋଜ୍ ଥିବାରୁ ଖୋଜାଖୋଜି କରୁଥିଲୁ ବୋଲି ପୁଲିସ୍ କୁ ଲିଖିତ ଆକାରରେ ଜଣାଇଲେ । ଏବାବଦରେ ପୁଲିସ ଶବକୁ ଜବତ କରିବା ସହ ସୋମବାର ସକାଳେ ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ କରି ଶବ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ନର୍ଲା ଥାନାଧିକାରୀ ରେଣୁକା ସନା ପ୍ରକାଶ କରିଥିଲେ ।