-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ର ଭାଲୁପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ଜଣେ ଚାଷୀଙ୍କୁ ଏକ ହାତୀ ଦଳି ମାରିଦେଇଥିବାର ଖବର ମିଳିଛି। ମୃତ ଚାଷୀଜଣକ ଭାଲୁପାଲି ଗାଁର ଗୋପାଳ ପୋଢ଼ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଲୋଇସିଙ୍ଗା ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ନେଇ ସେଠାକାର ଲେକେ ଆତଙ୍କିତ ଅବସ୍ଥାରେ ଥିଲେ। ଏଣୁ ବିଲକୁ ଧାନ ଅମଳ ପାଇଁ ଯିବାକୁ ଚାଷୀମାନେ ଭୟ କରୁଥିଲେ। କିନ୍ତୁ ଅମଳ ହୋଇଥିବା ଧାନକୁ କାଳେ ହାତୀ ନଷ୍ଟ କରିଦେବ ସେଭଳି ଆଶଙ୍କା କରି ଚାଷୀମାନେ ନିଜ ଘରକୁ ଧାନ ନେଇ ଆସୁଥିଲେ। ଏଭଳି ପରିସ୍ଥିତିରେ ଆଜି ସକାଳୁ ସକାଳୁ ଗୋପାଳ ଧାନ ଅମଳ ପାଇଁ ଚାଷ ଜମିକୁ ଯାଇଥିଲେ। ହଠାତ ହାତୀପଲ ଆସି ଗୋପାଳଙ୍କ ଉପରେ ଆକ୍ରମଣ କରିଥିଲେ। ଦଳି ଚକଟି ବିଚରା ଚାଷୀଙ୍କ ଜୀବନ ନେଇଥିଲେ ଗଜରାଜ। ସାଂଗରେ ଥିବା ଅନ୍ୟ କେତେଜଣ ଚାଷୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଏବେ ବି ସେ ଅଞ୍ଚଳରେ ଘୁରି ବୁଲୁଛନ୍ତି ନରହନ୍ତା ହାତୀ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)