-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ଦେଶବ୍ୟାପି ଚାଲିଥିବା ସମ୍ବିଧାନ ଗୌରବ ଅଭିଯାନ ଅନୁଷ୍ଠିତ ହୋଯାଇଅଛି l ଏହି ଅଭିଯାନରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରିଥିଲେ l ମୁଖ୍ୟବକ୍ତା ଭାବରେ ଅଶୋକ କୁମାର ବାରିକ ଯୋଗ ଦେଇଥିବା ବେଳେ ମଞ୍ଚରେ ଉପସ୍ଥିତ ଥିଲେ ଲେକୃ ତ୍ରିପାଠୀ, କିଶୋର କୁମାର ପଟେଲ,
ବାଳକୃଷ୍ଣ ଧରୁଆ ।୨୬ ନଭେମ୍ବର ରୁ ୬ ଡିସେମ୍ବର ପର୍ଯ୍ୟନ୍ତ ପାଳିତ ହେଉଥିବା ସମ୍ବିଧାନ ଗୌରବ ଅଭିଯାନ ଅବସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ ଭୀମରାଓ ଆମ୍ବେଦକରଙ୍କ ଜୀବନୀ, ସମାଜ ଲାଗି ସଂଘର୍ଷ ବିଷୟରେ ଆଲୋଚନା ହେବାସହ ଜନସାଧାରଣଙ୍କୁ ଦେଶର ସମ୍ବିଧାନ ଅନୁଯାୟୀ ସେମାନଙ୍କୁ ମିଳିଥିବା ବିଭିନ୍ନ ଅଧିକାର ଓ କର୍ତ୍ତବ୍ୟ ବାବଦରେ ସଚେତନ କରାଇଥିଲେ l