-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2021
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅନ୍ତର୍ଗତ ପଲସଦା ଗ୍ରାମରେ ଆଜକୁ ସାତ ଦିନ ହେଲା ଲୋକେ ପିଇବା ପାଣି ପାଇଁ ହେଉଛନ୍ତି ଡହକବିକଳ lଗତ ତା-୨୦.୧୧.୨୦୨୧ ରୁ ପଲସଦା ଗ୍ରାମପଞ୍ଚାୟତ ଲାଗି ଥିବା ବକେୟା ଟଙ୍କା ପାଇଁ ବିଦ୍ୟୁତ ବିଭାଗ ବିନା ନୋଟିସ ରେ ହଠାତ ଗାଁ କୁ ଆସି ବିଦ୍ୟୁତ ସଂଯୋଗ କୁ କାଟିଦେବା ଫଳରେ ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ପାରିନାହାନ୍ତି lଏଥିପାଇଁ ଏହି ପଞ୍ଚାୟତ ରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଦାୟୀ ବୋଲି ଲୋକେ କହନ୍ତି lଇଓ ଙ୍କ ଖାମଖିଆଲି ମନୋଭାବ ପାଇଁ ଦିର୍ଘ ଦିନ ଧରି ଲୋକେ ପିଇବାପାଣି ଟୋପାଏ ପାଇଁ ବଂଚିତ lଏ ସମ୍ପର୍କରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ସେ କହନ୍ତି ଯେ, ଆପଣଙ୍କ ଗ୍ରାମପଞ୍ଚାୟତ ର ନିର୍ବାହୀ ଅଧିକାରୀ ଯେଉଁ ଦିନ ପର୍ଯ୍ୟନ୍ତ ବିଲ ପଇଠ କରିନାହାନ୍ତି ସେତେଦିନ ଯାଏଁ ଆମେ ବିଦ୍ୟୁତ ସଂଯୋଗ କରିପାରିବୁ ନାହିଁ lପାଇକମାଲ ବିଡ଼ିଓ ଏହାରି ଭିତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଛୁଟି ଦେଇଛନ୍ତି ବୋଲି ଶୁଣାଯାଏ lଏଥିପାଇଁ ବିଦ୍ୟୁତ ବିଭାଗ ଦାୟୀ ନାଁ ପଞ୍ଚାୟତିରାଜ ବିଭାଗ ଦାୟୀ ? ? ପାଇକମାଲ ବ୍ଲକ ଅଧିନରେ ଥିବା ଏମିତି ଅନେକ ଗୁଡାଏ ଗ୍ରାମପଞ୍ଚାୟତ ରେ ବିଦ୍ୟୁତ ସଂଯୋଗ କାଟି ଦେଇଥିବା ଫଳରେ ଲୋକେ ବହୁ ହଇରାଣ ହରକତ ହେଉଥିବା ଜଣାଯାଏ lଏ ନେଇ ସ୍ଥାନୀୟ ବିଡ଼ିଓ ମହାଶୟା ତୁରନ୍ତ ଦୃଷ୍ଟି ଦେଇ ପାଣି ସମସ୍ୟା ଦୂର କରିବାକୁ ଦାବି ହୁଏ l