-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ରେଢ଼ାଖୋଲ ଶାଖା ପକ୍ଷରୁ ଆଜି ବ୍ୟାଙ୍କ ଶାଖା ପରିସରରେ ଏକ ଗ୍ରାହକ ସମ୍ମିଳନୀ ଏବଂ ବହୁମୁଖି ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଢ଼ାଖୋଲ ଶାଖା ପ୍ରବନ୍ଧକ ତୁଷାର ସେଠୀଙ୍କ ତତ୍ବାବଧାନରେ ଅନୁଷ୍ଠିତ
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ବାଳକୃଷ୍ଣ ସ୍ବାଇଁ ଯୋଗଦେଇ ଦେଶର ପ୍ରଥମ ସ୍ବଦେଶୀ ବ୍ୟାଙ୍କର ବିଭିନ୍ନ ଋଣ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନା କରିଥିଲେ । ଏଥିସହ ମହିଳା ଏବଂ ସେଣ୍ଟ ଗୃହଲକ୍ଷ୍ମୀ , ସେଣ୍ଟ ବାହୀନି ଓ ସେଣ୍ଟ ବିଦ୍ୟାର୍ଥୀଙ୍କ ପାଇଁଁ ରହିଥିବା ଋଣ ବାବଦରେ ଗ୍ରାହକଙ୍କୁ ସବିଶେଷ ବୁଝାଇବା ସହିତ କିଭଳି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବ୍ୟାଙ୍କରୁ ଋଣ ନେଇ ଆର୍ଥିକ ସ୍ବଚ୍ଛଳ ହୋଇପାରିବେ ସେ ବିଷୟରେ ବୁଝାଇଥିଲେ । ସେହିଭଳି ସଂପ୍ରତି ଶିକ୍ଷାର ଆବଶ୍ୟକତା ଜରୁରୀ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ଋଣ ନେଇ କିଭଳି ନିଜ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରାଇପାରିବେ ସେ ବିଷୟରେ କହିଥିଲେ । ଏହି ଅବସରରେ ଆଜି
ରେଢ଼ାଖୋଲ ବ୍ୟାଙ୍କ ଶାଖାର ୨୦ ଜଣ ଗ୍ରାହକ ଓ ୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୪ କୋଟି ୫୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରେଢ଼ାଖୋଲ ଶାଖାର ସହ ପ୍ରବନ୍ଧକ ଧନେଶ୍ଵର ଜେନା ପରିଚାଳନା କରିଥିବାବେଳେ ବ୍ୟାଙ୍କର କର୍ମଚାରୀ ପ୍ରିୟବ୍ରତ ପ୍ରଧାନ ଏହି ସଭାର ଆୟୋଜନ ଦାୟିତ୍ଵ ନେଇ ସଭାକୁ ସଫଳ କରେଇଥିଲେ । ଏଥିରେ ଗ୍ରାହକ ମିତ୍ର ଜିତେନ୍ଦ୍ର ସାମଲ , ସସ୍ମିତା ସାମଲ , ରାଜଲକ୍ଷ୍ମୀ ସାହୁ ଉପସ୍ଥିତ ଥିଲେ ।