-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ବରଗଡ/ଅତାବିରା:-ଚlରିଦଫା ଦାବି ନେଇ ଗତକାଲି ଠାରୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ ସଂଗଠନ ର ସଭାପତି ହାରାଧନ ପ୍ରଧାନଙ୍କ ନେତୃତ୍ୱରେ ତିନି ଦିନିଆ ଶାନ୍ତିପୂର୍ଣ୍ଣ ଧାରଣା ଆରମ୍ଭ ହୋଇ ଯାଇଛି। ଯେଉଁଠି ଯୁବ ଗୋଷ୍ଠୀ ହାର ମାନି ହାତକୁ ହାତ ଧରି ବସିଛନ୍ତି,ସେଇଠି ଏଇ ସଂଗଠନ ର ବରିଷ୍ଠ ବୟସ୍କ ବ୍ୟକ୍ତି ମାନେ ନିଜର ଚାଷୀ କୁଳର ହକ ପାଇଁ ହାର ମାନି ନାହାନ୍ତି।ତାଙ୍କର ଅଦମ୍ୟ ସାହସ ଓ ଦୃଢ଼ ମନୋବଳ ଆଜି ଯୁବ ଗୋଷ୍ଠୀ ତୁଳନାରେ କିଛି କମ ନୁହେଁ । ଦେଶର ଜନସାଧାରଣଙ୍କ କ୍ଷୁଧା ମେଣ୍ଟାଉଥିବା ଅନ୍ନଦାତା ଚାଷୀ ଗତକାଲି ଠାରୁ ନିଜର ହକ ପାଇଁ,ନିଜର ଝାଳବୁହା ପରିଶ୍ରମ ର ଉଚିତ ମୂଲ୍ୟ ପାଇବା ପାଇଁ ସଂଘର୍ଷ କରୁଛି,ଆନ୍ଦୋଳନ କରୁଛି ଯାହା ଦେଶ ତଥା ରାଜ୍ୟ ପାଇଁ ଲଜ୍ୟାର ବିଷୟ ଅଟେ । ଗତ ରବି ଫସଲ ରେ ଚାଷୀଙ୍କ ସୁନା ଫସଲ ରାଜରାସ୍ତାରେ ଖତ ଗଦା ପାଲଟିଲା ସରକାରଙ୍କ ଟୋକନ ବ୍ୟବସ୍ଥା ଆଉ କାଳବୈଶାଖୀ ର ପ୍ରହାର ରେ।କେଉଁ ଚାଷୀ ଋଣ ବୋଝରେ ଆତ୍ମହତ୍ୟା କଲା ତ ଆଉ କିଏ ଜମି ବିକ୍ରି କଳା ଋଣ ପରିଶୋଧ ପାଇଁ ।ତଥାପି ସରକାରଙ୍କ ଚେତା ପଶିଲାନି,ଚାଷୀଙ୍କ କ୍ଷୟକ୍ଷତି ର ନିର୍ଭୁଲ ଆକଳନ କରି ତାଙ୍କୁ କ୍ଷତି ପୂରଣ ଦେବା ପାଇଁ ।ଚାଷୀଙ୍କ ଦୁରାବସ୍ଥା ଆଳ ନେଇ ରାଜନୈତିକ ଦଳ ନିଜ ନିଜର ସ୍ବାର୍ଥ ପୁରଣ ରେ ଲାଗିଗଲେ,କିଏ ନିଜକୁ ଚାଷୀଙ୍କ ଦରଦୀ ବନ୍ଧୁ କହି ବାହାବା ନେଲା ତ ଆଉ କିଏ ଚାଷୀଙ୍କ ଧାନ ବିକ୍ରି କରିଦେବୁ କହି ବୃଥା ସାନ୍ତ୍ଵନା ଦେଇ ନିଜର ମହାନତା ଦେଖେଇଲେ।ହେଲେ ସବୁ ର ଫଳ ଶୂନ।ଚାଷୀ ଯେଉଁ ଅପଦସ୍ତ କୁ ସେ ଅପଦସ୍ତ ପାଇଲା । କିଛି ଚାଷୀ ନିରାଶ ହୋଇ ଚାଷକାମ ବନ୍ଦ କରିବା ପାଇଁ ଚିନ୍ତା କରିସାରିଥିଲେ। ତଥାପି ପୁଣି ଏକ ନୂତନ ଆଶା ର କିରଣ ନେଇ ପୁଣି ଖରିଫ ଚାଷ କଲେ।କିନ୍ତୁ ପୁଣି ଏବେ ଅମଳ ବେଳକୁ "ଯଥା ପୂର୍ବମ୍ ତଥା ପରମ " ଅବସ୍ଥା। ଆଜି ପର୍ଯ୍ୟନ୍ତ ଚାଷୀଙ୍କ ଇନପୁଟ ସବସିଡି ମିଳିନାହିଁ। ତେଣୁ ଚାଷୀଭାଇ ମାନଂକ ହକ ପାଇଁ ଆଜି ଏହି ଚାଷୀ ସଂଗଠନ ଧାରଣା କୁ ଓହ୍ଲାଇଛି। ଦାବୀ ଗୁଡିକ ହେଲା
୧-ଜଳ ସେଚିତ ରୟତି ଜମିର ଦଖଲ ଅନୁଯାୟୀ ଧାନ ବିକ୍ରି ପାଇଁ ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରିବା
୨-ଚାଷୀଙ୍କ ଧାନ ବସ୍ତା ର ମୂଲ୍ୟ ଚାଷୀଙ୍କ ଏକାଉଣ୍ଟ୍ ରେ ଜମା କରିବା
୩-ନିର୍ଦ୍ଧିଷ୍ଟ କ୍ରୟ କେନ୍ଦ୍ରରେ ପଞ୍ଜୀକୃତ ଚାଷୀଙ୍କ ଧାନ ବିକ୍ରି ପର୍ଯ୍ୟନ୍ତ କ୍ରୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା
୪-ରବି ଫସଲର କ୍ଷୟକ୍ଷତି ଜନିତ ଇନ୍ ପୁଟ ସବସିଡି ଅତିଶିଘ୍ର ଚାଷୀଙ୍କୁ ଦିଆଯାଉ ଏହି ଚାରିଟି ଦାବି ନେଇ ସଂଗଠନ ଧାରଣାକୁ ଓହ୍ଲାଇଛି। ସକାଳ ୧୦ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଦୀର୍ଘ ସାତ ଘଣ୍ଟା ଧରି ଅତାବିରା ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ସ୍ଥଳରେ ଏହି ଧାରଣା ଜାରି ରହିଛି।ତେବେ ଦେଖାଯାଉ ,ଚାଷୀଙ୍କ ହକ ପାଇଁ ଲଢେଇ କରୁଥିବା ଏହି ବୃଦ୍ଧ ସଂଗ୍ରାମୀଙ୍କ ଜୟ ହେଉଛି ନା ସରକାରଙ୍କ ମନ ମୁଖୀ ନୀତି ନିୟମର ।ଆଜି ବି ଅଦିନିଆ ବର୍ଷା ରେ ପୁଣି ଚାଷୀଙ୍କ ସୁନା ଫସଲ ଭିଜି ନଷ୍ଟ ହେବାରେ ଲାଗିଛି । ଏଇଠି ପ୍ରଶ୍ନ ଉଠେ,ଯଦି ଚାଷୀକୁଳ ଚାଷ ବନ୍ଦ କରି ହରତାଳ କଲେ ,ତେବେ ଦେଶର ପ୍ରଗତି ତିଷ୍ଟି ରହିପାରିବ ତ ???