-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ): ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ ଆଜି ସାରା ରାଜ୍ୟରେ ରେ ବିଜେଡି କେନ୍ଦ୍ରର ମୋଦୀ ସରକାରଙ୍କୁ ଘେରିଛିି । ସେହି କ୍ରମରେ ଆଜି ବଲାଙ୍ଗିର ବିଜୁ ଜନତା ଦଳ ର ଶତାଧିକ କର୍ମକର୍ତ୍ତା ଜିଲ୍ଲାପାଳ କାଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ରନ୍ଧନ ଗ୍ୟାସ ର ଅହେତୁକ ଦର ଦାମ ବୃଦ୍ଧି ଉପରେ ବର୍ସିଛନ୍ତି । ତାସହ ଜିଲ୍ଲା ବିଜେଡି ତରଫରୁ ଏ ସଂକ୍ରାନ୍ତିୟ ଏକ ଦାବୀପତ୍ର ମହାମାହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ।
ଉଜ୍ଜ୍ୱଳା ଯୋଜନାରେ କେନ୍ଦ୍ର ସରକାର ଦେଶର ସମସ୍ତ ଗୃହିଣିଙ୍କୁ ବିନା ମୂଳ୍ୟରେ ରନ୍ଧନ ଗ୍ୟାସ ଯୋଗଇ ଦେବା ସହ କେନ୍ଦ୍ର ସରକାର ଏହା ମାଧ୍ୟମରେ ନାରୀଙ୍କ ସମ୍ମ୍ାନ ଯୋଗାଇଛନ୍ତି ବୋଲି ନିଜ ପିଠି ଥାପଡାଉଥିଲେ । ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ଯୋଗୁଁ ଗୃହିଣି ମାନେ ଗ୍ୟାସ ଭର୍ତ୍ତି କରିବାକୁ ଅକ୍ଷମ ହେଉଥିବା ବେଳେ ଏହି ଯୋଜନା ଏବେ ସେମାନଙ୍କ ପାଇଁ ପରିହାସ ପାଲଟିଛି ବୋଲି ବିଜେଡି ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂ ଦେଓ, ବରିଷ୍ଠ ସଂପାଦକ କଳିକେଶ ସିଂ ଦେଓ ଓ ଯୁବନେତା ଅର୍କେଶ ସିଂଦେଓ ଏହି ଗଣ ଧାରଣାରେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଛନ୍ତି । ବିଜେଡି ତରଫରୁ ଆହୁରି କୁହାଯାଇଛି ଯେ, ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସ ଦର ୭୦% ବୃଦ୍ଧି ହୋଇଥିବା ବେଳେ ୩୭୬ ଟଙ୍କା ବଢି ଏବେ ୯୨୬ ଟଙ୍କାରେ ମିଳୁଛି । ଯାହା ସାଢେ ଚାରିକୋଟି ଓଡିଶାବାସୀଙ୍କୁ ଅସହ୍ୟ ହେଉଛି । ଫଳରେ ଲୋକେ ରନ୍ଧନ ଗ୍ୟାସ ବ୍ୟବହାର କରିବା ପରିବର୍ତ୍ତେ ଜାଲେଣୀ ପାଇଁ ପୂର୍ବବତ କାଠ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କ ଏହି ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ତିବ୍ର ବିରୋଧ କରିବା ସହ ଓଡିଶାବାସୀଙ୍କୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ଯୋଗାଇଦେବା ପାଇଁ ଦୃଢ ଦାବି କରୁଛି । କେନ୍ଦ୍ର ସରକାର
ଉକ୍ତ ଦାବିକୁ ଗୁରିତ୍ୱର ସହ ନେଇ ଆଗାମୀ ଦିନରେ ରନ୍ଧନ ଗ୍ୟାସ ଦର ନ ଖସାଇଲେ ବିଜେଡି ଆହୁରି ଦୁର୍ବାର ଆନ୍ଦୋଳନ କରିବ ବୋଲି ବିଜେଡି କହିଛି । ଆଜିର ଏହି ବିକ୍ଷୋଭ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ମହିଳା ସଭାପତି ଯଶୋବନ୍ତି ବାଗ, ଜୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ସନ୍ତୋଷିନୀ ବେହେରା, ମମତା ଜେନା, ଲିପିଶ୍ରୀ ସାଏ, ନନ୍ଦିନୀ ପୋଢ, ରିତିକା ବେହେରା, ତୃପ୍ତି ପ୍ରଧାନ, ଗୋଲାପି ବରାଡ, କୈଳାସ ମହାନ୍ତି ଓକାର ନାୟକ, ଜୟରାମ ମିଶ୍ର, ପ୍ରିୟବର୍ତ ନାଥ, ଗୋଲାପ ବାଗ, ପ୍ରଦ୍ୟୂମ୍ନ ହୋତା, ଶାନ୍ତନୁ ଭୋଇ, ସାଗର ସଙ୍ଗମ ଶତପଥି, ସନ୍ତୋଷ ଦନ୍ତା, ଅଶୋକ ତାଣ୍ଡି, ମହେନ୍ଦ୍ର ବାଗ, ଶିବ ପ୍ରସାଦ ବେହେରା, ସଞ୍ଜିବ ମିଶ୍ର, ଭଗବାନ ବଗର୍ତ୍ତି, ପ୍ରଦିପ ସାହୁ, ଅଶୋକ ମିଶ୍ର, ସମ୍ଭୁ ନାଗ, ସୁମନ ନନ୍ଦ, ସୁନ୍ଦର ବିଶି, ଦିପକ ପଣ୍ଡା,ଗୋବିନ୍ଦ ଶତପଥି, ବିରସେନ ସାହୁ ଓ ଶତୃଘ୍ନ ବାଗ ପ୍ରମୂଖ ଉପସ୍ଥିତ ଥିଲେ