-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ପାଇକମାଲ (ପ୍ରେରଣା ଖବର) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶନିବାର ବଜାର ଦିନ ଲୋକଙ୍କ ଭିଡ ମଧ୍ଯରେ ଗୋପାଳ ସାହୁ ନାମକ ବ୍ଯକ୍ତିଙ୍କୁ ଆକ୍ରମଣ କରା ଯାଇଛି । ସେ ବଜାରରେ ପନି ପରିବା କିଣୁଥିବା ବେଳେ ଅଜଣା ବ୍ଯକ୍ତି ଜଣକ ହଟାତ ଆସି ତାଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲା । ଫଳରେ ଗୋପାଳ ସାହୁଙ୍କ ବାମ ହାତ,ଡାହାଣ ଗୋଡ ଓ ଦେହରେ ଗଭୀର ଆଘାତ ହୋଇ ଥିଲେ । ସେ ଅଚେତ ଅବସ୍ଥାରେ ତଳେ ପଡି ରହିଥିଲେ । ଘଟଣା ସ୍ଥଳରେ ପାଇକମାଲ ପୋଲିସ ପହଞ୍ଚି ଗୋପାଳ ସାହୁଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ପାଇକମାଲ ଚିକିତ୍ସିତ ପରେ ପଦ୍ମପୁର,ବରଗଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରା ଯାଇଛି । ଘଟଣା ଘଟାଇ ଥିବା ଅପରାଧି ଫେରାର ହୋଇ ଯାଇଛି । ଏପରି ସ୍ପଷ୍ଟ ଦିବା ଲୋକରେ ଅପରାଧ ଘଟଣା ପାଇକମାଲ ପୋଲିସ ପ୍ରତି ଜନସାଧାରଣ ଆସ୍ଥା ହରାଇବା ସ୍ବାଭାବିକ ହୋଇ ପଡିଛି । ଜନ ସାଧାରଣ ତୁରନ୍ତ ଦୋଷୀ କୁ ଧରି ନ୍ଯାୟ ପାଇଁ ଦାବୀ ହେଉଛି ।